Below header

ପୋଲିସ କମିଶନରଙ୍କ ପ୍ରେସ୍‌ ମିଟ୍‌ : ଘରୋଇ ଗାଡି ଚଳାଚଳ ଉପରେ କଟକଣା ଜାରି କଲେ

ଭୁବନେଶ୍ବର (କେନ୍ୟୁଜ୍) : ରାଜ୍ୟରେ କରୋନାକୁ ନେଇ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି । ଆଜି ପୋଲିସ କମିଶନର ବିଭିନ୍ନ କଟକଣା ଜାରି କରିଛନ୍ତି । ଘରୋଇ ଗାଡି ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବରିଷ୍ଠ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର । ବରିଷ୍ଠ ନାଗରିକମାନେ ବିଶେଷ ସତର୍କତା ଅବଲମ୍ବନ କରନ୍ତୁ । ପୁଅ, ଝିଅ, ନାତି ନାତୁଣୀଙ୍କଠାରୁ ଦୂରେଇ ରୁହନ୍ତୁ । ବିଶେଷ କରି ଛୋଟ ପିଲାଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଲକ୍‌ ଡାଉନ୍‌ ସମୟରେ ଯୁବକଙ୍କ ପାଇଁ ବିଶେଷ କଟକଣା ଜାରି କରାଯାଇଛି । ଗାଡି ନେଇ ଯୁବକମାନେ ବାହାରକୁ ବାହାରନ୍ତୁ ନାହିଁ । ଏହା ଦ୍ୱାରା ଘରର ବୃଦ୍ଧବୃଦ୍ଧାମାନେ ବିପଦରେ ପଡିବେ । କିଛି ସ୍ଥାନରେ ଗ୍ରୋସରୀ ଦୋକାନ ଖୋଲା ରହିଛି । ଘରେ କେହି ନଥିଲେ, ପଡୋଶୀଙ୍କୁ କହି ସାମଗ୍ରୀ ଆଣିପାରିବେ । ସାମଗ୍ରୀ ପହଞ୍ଚାଇବା ପାଇଁ ନୋଡାଲ ଅଫିସର ନିଯୁକ୍ତ ହୋଇଛନ୍ତି । ଏହା ସହ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଗାଡି ନନେଇ ଚାଲି ଚାଲି ଯାଆନ୍ତୁ । ଗ୍ରୋସରୀ ଦୋକାନରେ ଭିଡ କରନ୍ତୁ ନାହିଁ । ଜଣେ କିଣି ସାରିବା ପରେ ଅନ୍ୟ ଜଣେ କିଣିବାକୁ ଯାଆନ୍ତୁ ବୋଲି ପରାମର୍ଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.