Below header

କରୋନା ଭୟ: ଜିଲ୍ଲା କୋର୍ଟରୁ ଏକ-ତୃତୀୟାଂଶ ଷ୍ଟାଫ୍‌ କମ୍‌ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଦିଲ୍ଲୀ ହାଇକୋର୍ଟ ଶନିବାର ଦିନ ରାଜ୍ୟର ସମସ୍ତ ଜିଲ୍ଲା ନ୍ୟାୟାଳୟକୁ କରୋନା ଭାଇରସ୍‌ର ପ୍ରଭାବରୁ ରକ୍ଷା କରିବାକୁ ଅତିରିକ୍ତ ନିର୍ଦ୍ଦେଶ ଜାରି କରିଛନ୍ତି। ହାଇକୋର୍ଟ କରୋନା ଭାଇରସ୍‌ର ପ୍ରଭାବକୁ କମ୍‌ କରିବା ସମ୍ପର୍କରେ କରାଯାଇଥିବା ସମୀକ୍ଷା ଆଧାରରେ ଅଧିସୂଚନା ଜାରି କରିଛନ୍ତି।

corona

ଅଧିସୂଚନାରେ ହାଇକୋର୍ଟ ସମସ୍ତ ଜିଲ୍ଲା କୋର୍ଟକୁ କହିଛନ୍ତି ଯେ କୋର୍ଟକୁ ଆସୁଥିବା କର୍ମଚାରୀଙ୍କୁ ଏକ ତୃତୀୟାଂଶ କମ୍‌ କରାଯାଉ। ଅଦାଲତର କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ କାମ କରିବାର ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଛନ୍ତି। ଏହି ନିୟମ ୨୦୨୦ ମସିହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ। ଏଥିସହ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କେତେକ ମାମଲାର ଶୁଣାଣିକୁ ମଧ୍ୟ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ରହିଛି।

Delhi2

ଏହି ନିର୍ଦ୍ଦେଶକୁ ତୁରନ୍ତ ଲାଗୁ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କରୋନା ଯୋଗୁ ଲୋକ ସଂଖ୍ୟାକୁ କମ୍‌ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଯେତେ କମ୍‌ ଷ୍ଟାଫ୍‌ ରହିବେ ସଂକ୍ରମଣର ଭୟ ସେତେ କମ୍‌ ରହିବ ବୋଲି କୋର୍ଟ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.