ଚଉଦ ଦିନ ପାଇଁ ଆଇପିଏସ୍‌ ସଞ୍ଜୀବ ପଣ୍ଡା ଗଲେ ପୋଲିସ୍‌ ମେସ୍‌କୁ, ଟୁଇଟ୍‌ କରି ଜଣାଇଲେ କାରଣ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟର ଆଉ ଜଣେ ଜଣାଶୁଣା ବ୍ୟକ୍ତି ୧୪ ଦିନ ଯାଏ ଅଲଗା ରହିଲେ । ଏକଥା ନିଜେ ଟୁଇଟ୍‌ କରି ଜଣାଇଲେ । ସେ ହେଉଛନ୍ତି ଆଇପିଏସ୍‌ ଅଫିସର୍‌ ତଥା ପରିବହନ କମିଶନର୍‌ ସଞ୍ଜୀବ ପଣ୍ଡା । ସେ ତାଙ୍କ ଟୁଇଟ୍‌ରେ କହିଛନ୍ତି ଯେ ତାଙ୍କ ଝିଅ ଆମେରିକାରୁ ଫେରିଛନ୍ତି । ତାଙ୍କୁ ଘରେ କ୍ୱାରେଣ୍ଟାଇନ୍‌ରେ ରଖା ଯାଇଛି । ତେଣୁ ସେ ପୋଲିସ୍‌ ମେସ୍‌କୁ ଆସି ସେଠାରେ ସ୍ୱତନ୍ତ୍ର ଭାବେ ଅଲଗା ରହୁଛନ୍ତି । ଏହିଭଳି ଭାବେ ୧୪ ଦିନ ରହିବେ ବୋଲି ସେ ଜଣାଇଛନ୍ତି ।

 

SANJIB TWITTER-3

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.