କରୋନା ବିଲ ଦେଖି ରୋଗୀ ଆଶ୍ଚର୍ଯ୍ୟ, ହସପିଟାଲରୁ ଆସିଲା ୨୬ ଲକ୍ଷ ୪୧ ହଜାର ଟଙ୍କାର ବିଲ

ସାରା ବିଶ୍ଵରେ ଏବେ କରୋନାର ପ୍ରଭାବ । କରୋନା ସାରା ଦୁନିଆ ପାଇଁ ଏବେ ଚିନ୍ତାରେ କାରଣ । ଏହି ମାରାତ୍ମକ ଭାଇରସ ଯୋଗୁଁ ବିଶ୍ଵରେ ହଜାର ହଜାର ଲୋକ ମୃତ୍ୟୁବରଣ କରୁଥିବା ବେଳେ ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି । ତେବେ ନିକଟରେ ଏହାକୁ ନେଇ ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଜଣେ କରୋନା ସଂକ୍ରମିତ ମହିଳାଙ୍କ ନିକଟକୁ ହସ୍ପିଟାଲ ତରଫରୁ ୨୬ ଲକ୍ଷ ୪୧ ହଜାର ଟଙ୍କାର ବିଲ ଆସିଛି ।

ସୂଚନା ଅନୁଯାୟୀ ଆମେରିକାରେ ରହୁଥିବା ଡ୍ୟାନି ଏସ୍କିନୀ ନାମକ ଜଣେ ମହିଳାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବା କାରଣରୁ ସେ ହସ୍ପିଟାଲରେ ପହଂଚିଥିଲେ । ସେଠାରେ ମହିଳାଙ୍କର ଛାତିରେ ଯନ୍ତ୍ରଣା ହେବା ସହିତ ତାଙ୍କୁ ନିଶ୍ୱାସ ନେବାରେ ମଧ୍ୟ କଷ୍ଟ ହେଉଥିଲା । ଡାକ୍ତରମାନେ ପରୀକ୍ଷା କରିବା ପରେ ତାଙ୍କୁ ନିମୋନିଆ ହୋଇଛି କହି ଔଷଧ ଦେଇ ଘରକୁ ପଠାଇ ଦେଇଥିଲେ । କିଛିଦିନ ପରେ ମହିଳାଙ୍କୁ କଫ ଓ ଜ୍ଵର ହୋଇଥିଲା ଓ ସେ ହସ୍ପିଟାଲ ଗଲାପରେ ପୁଣିଥରେ ତାଙ୍କୁ ଔଷଧ ଦେଇ ଘରକୁ ପଠାଇ ଦେଇଥିଲେ । ତେବେ ୭ ଦିନ ପରେ ଯାଞ୍ଚ କରାଯିବାରୁ ତାଙ୍କଠାରେ କରୋନା ଚିହ୍ନଟ କରାଯାଇଥିଲା ।

ତେବେ ଏହାପରେ ହସ୍ପିଟାଲ ତରଫରୁ ତାଙ୍କ ଘରକୁ ୨୬ ଲକ୍ଷ ୪୧ ହଜାର ଟଙ୍କାର ବିଲ ଯାଇଥିଲା ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସୂଚନା ଅନୁଯାୟୀ ଆମେରିକାରେ କରୋନା ଭାଇରସର ପରୀକ୍ଷା ମାଗଣାରେ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.