Below header

କରୋନା ଯୋଗୁ କୋଲକାତା ସେଣ୍ଟ୍ରାଲ ଜେଲରେ ଗଣ୍ଡଗୋଳ ମାମଲା, ଜଣେ କଏଦୀ ମୃତ

ସାରା ଦେଶରେ କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ଭୟ ବଢ଼ି ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ରବିବାର ଜନତା କର୍ଫ୍ୟୁର ଅପିଲ ପରେ ଅନେକ ରାଜ୍ୟରେ କଡ଼ା ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଦିଆଯାଇଛି। ଇତି ମଧ୍ୟରେ କଲିକତାର ଡମ୍‌ଡମ୍‌ ସେଣ୍ଟ୍ରାଲ ଜେଲରେ ଶନିବାର ଅପରାହ୍ନରେ କରୋନା ଭାଇରସ ଡରରେ କଏଦୀମାନେ ଗଣ୍ଡଗୋଳ କରିଥିବା ମାମଲା ସାମ୍ନାକୁ ଆସିଛି। କଏଦୀମାନେ ପୋଲିସ ଅଧିକାରୀଙ୍କୁ ମାଡ଼ପିଟ୍‌ କରିବା ସହ ଏକ ଅଫିସରେ ମଧ୍ୟ ନିଆଁ ଲଗାଇଦେଇଥିଲେ। ଅନ୍ୟପଟେ କଏଦୀଙ୍କୁ କାବୁ କରିବାକୁ ପୋଲିସ ମଧ୍ୟ ଲାଠିଚାର୍ଜ ଓ ଲୁହ ବୁହା ଗ୍ୟାସ୍‌ ପ୍ରୟୋଗ କରିଥିଲା।

jail2

କୁହାଯାଉଛି ଯେ ଜେଲରେ ହୋଇଥିବା ଏହା ଗଣ୍ଡଗୋଳ ଯୋଗୁ ଜଣେ କଏଦୀର ମୃତ୍ୟୁ ଘଟିଛି। ସେହିପରି ଡଜନେରୁ ଊର୍ଦ୍ଧ୍ୱ କଏଦୀ ଏଥିରେ ଗୁରୁତର ହୋଇଛନ୍ତି। ଜେଲ ଅଧିକାରୀଙ୍କ କହିବାନୁସାରେ ଜେଲରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁ ଏଭଳି ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ମାତ୍ର ରିପୋର୍ଟ ମୁତାବକ କରୋନା ଭାଇରସ୍‌ ଯୋଗୁ ଚାଲିଥିବା ପ୍ରତିବନ୍ଧକ ଯୋଗୁ କଏଦୀମାନେ ଅସନ୍ତୁଷ୍ଟ ହୋଇ ମାଡ଼ପିଟ୍‌ କରିଥିଲେ ବୋଲି ଜଣାଯାଇଛି।

jail3

ସୂଚନାନୁସାରେ, କଏଦୀଙ୍କୁ କୁହାଯାଇଥିଲା ଯେ କରୋନା ପ୍ରତିବନ୍ଧକର ପ୍ରଭାବ ସେମାନଙ୍କ ଶୁଣାଣି ଉପରେ ମଧ୍ୟ ପଡ଼ିବ ଓ ଏହି କାରଣରୁ ସେମାନେ ନିଜ ନିଜ ପରିବାରକୁ ଭେଟି ପାରିବେ ନାହିଁ। କଏଦୀମାନେ ଜେଲ ଅଧିକାରୀଙ୍କୁ ସଂକ୍ରମଣ ଭୟରେ ମାସ୍କ ଓ ଜେଲକୁ ପରିଷ୍କାର କରିବାକୁ ଦାବି କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.