Below header

ଭଣଜା ସହ ମିଶି ଫାର୍ମ ହାଉସରେ ଗଛରୁ ଫଳ ତୋଳୁଛନ୍ତି ସଲମାନ ଖାନ, ଘରେ ରହି ପରିବାର ସହ କରୁଛନ୍ତି ମସ୍ତି, ଦେଖନ୍ତୁ ଭିଡିଓ

କରୋନା ଭାଇରସରୁ ବର୍ତ୍ତିବା ପାଇଁ ଏବେ ବଲିଉଡ ସେଲିବ୍ରିଟିମାନେ ଘରେ ରହି ସମୟ ବିତାଉଛନ୍ତି । ନିକଟରେ ସଲମାନ ଖାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ ନିଜ ଭଣଜା ସହ ଫାର୍ମ ହାଉସରେ ମସ୍ତି କରୁଥିବା ଦେଖାଯାଉଛନ୍ତି । ସଲମାନଙ୍କ ଭଉଣୀ ଅର୍ପିତା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଷ୍ଟୋରୀ ସେୟାର କରିଛନ୍ତି।

ଅର୍ପିତାଙ୍କ ପୁଅ ଆହିଲ ମାମୁଁ ସଲମାନ ଖାନଙ୍କ ହାତ ଧରି ଫାର୍ମ ହାଉସରେ ବୁଲୁଥିବା ନଜର ଆସିଛି । ସଲମାନ ଆହିଲଙ୍କୁ ଗଛରୁ କିଛି ଫଳ ତୋଳିବାରେ ସାହାଯ୍ୟ କରୁଛନ୍ତି । ଏହି ଭିଡିଓ ଖୁବ ଭାଇରଲ ହେବାରେ ଲାଗିଛି । ସଲମାନଙ୍କ ଫ୍ୟାନ ପେଜରୁ ସେୟାର କରାଯାଇଥିବା ଏହି ଭିଡିଓରେ କୁହାଯାଇଛି, ଏହା ସଲମାନଙ୍କ ପନଵେଲ ଫାର୍ମ ହାଉସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.