Below header

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆଉ ଅଧିକ ୫ ଲକ୍ଷ ଗରିବ ହେବେ ସାମିଲ

ଭୁବନେଶ୍ବର (କେନ୍ୟୁଜ୍) : ରାଜ୍ୟରେ କରୋନାର ମୁକାବିଲା କରିବା ନିମନ୍ତେ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକ ୫ ଲକ୍ଷ ଗରିବ, ଦୁସ୍ଥ ଓ ବଞ୍ଚିତ ହିତାଧିକାରୀଙ୍କୁ ସାମିଲ କରି ଖାଦ୍ୟ ନିରାପତ୍ତା ଯୋଗାଇଦେବା ନିମନ୍ତେ ସ୍ଥିର କରିଛନ୍ତି । ଏହି ହିତାଧିକାରୀମାନେ ମାସିକ କିଲୋଗ୍ରାମ ପ୍ରତି ୧ ଟଙ୍କା ମୂଲ୍ୟରେ ମୁଣ୍ଡପିଛା ୫ କିଲୋଗ୍ରାମ ଲେଖାଏଁ ଚାଉଳ ପାଇପାରିବେ । ଏହା ଆସନ୍ତା ତ୍ରୈମାସିକ ୨୦୨୦ ମସିହା ଅପ୍ରେଲ୍‌, ମଇ ଓ ଜୁନ୍‌ ମାସ ନିମନ୍ତେ ପ୍ରଦତ୍ତ ରେସନ୍‌ ସାମଗ୍ରୀ ଆବଣ୍ଟନରୁ ଲାଗୁ ହେବ । ଏଥି ନିମନ୍ତେ ବ୍ୟୟ ହେବାକୁ ଥିବା ବାର୍ଷିକ ୯୬ କୋଟି ଟଙ୍କା ରାଜ୍ୟ ସରକାର ବହନ କରିବେ ।

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆବଣ୍ଟିତ ହେବାକୁ ଥିବା ୫ ଲକ୍ଷ ହିତାଧିକାରୀଙ୍କ ମଧ୍ୟରେ ଅନୁଗୋଳର ୭୩୬୦, ବାଲେଶ୍ୱରର ୩୧୭୯୭, ବରଗଡ଼ର ୭୭୫୮, ଭଦ୍ରକର ୧୧୬୦୯, ବଲାଙ୍ଗୀରର ୩୫୭୯୪, ବୌଦ୍ଧର ୩ ହଜାର, କଟକର ୧୨୭୭୦, ଢେଙ୍କାନାଳର ୨୨୩୧୩, ଦେବଗଡ଼ର ୬ ହଜାର, ଗଜପତିର ୯୮୬୮, ଗଞ୍ଜାମର ୭୧ ହଜାର, ଜଗତସିଂହପୁରର ୯୦୪୨, ଯାଜପୁରର ୩୭ ହଜାର, ଝାରସୁଗୁଡ଼ାର ୫୮୧୨, କଳାହାଣ୍ଡିର ୧୨ ହଜାର, କନ୍ଧମାଳର ୬ ହଜାର, କେନ୍ଦ୍ରାପଡ଼ାର ୩୭୫୩୫, କେନ୍ଦୁଝରର ୨୩୨୬୫, ଖୋର୍ଦ୍ଧର ୯୦୮୧, କୋରାପୁଟର ୧୫ ହଜାର, ମାଲକାନଗିରିର ୬୩୦୮, ମୟୂରଭଞ୍ଜର ୧୩ ହଜାର, ନବରଙ୍ଗପୁରର ୭ ହଜାର, ନୟାଗଡ଼ର ୯୮୮୨, ନୂଆପଡ଼ାର ୬ ହଜାର, ପୁରୀର ୩୭ ହଜାର, ରାୟଗଡ଼ାର ୯ ହଜାର, ସମ୍ବଲପୁରର ୬୧୫୮, ସୁବର୍ଣ୍ଣପୁରର ୧୧୭୬୮
ଏବଂ ସୁନ୍ଦରଗଡ଼ ଜିଲ୍ଲାର ୧୯୮୮୦ ଜଣ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.