ଚିକିତ୍ସାବେଳେ ବି କମୁନି କନିକାଙ୍କ ନଖରା, ଡାକ୍ତରଙ୍କ ସହ କରୁଛନ୍ତି ଏଭଳି ବ୍ୟବହାର ଅଭିଯୋଗ ଆଣିଲେ ହସ୍ପିଟାଲର ଡ଼ାଇରେକ୍ଟର

ବଲିଉଡର ଲୋକପ୍ରିୟ ଗାୟିକା କନିକା କପୁର ନିକଟରେ କରୋନା ଭାଇରସ ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ସେ ଲକ୍ଷ୍ନୌରେ ଆୟୋଜିତ ଏକ ପାର୍ଟିରେ ସାମିଲ ରହିଥିଲେ ଯେଉଁଥିପାଇଁ ଉକ୍ତ ପାର୍ଟିରେ ଥିବା ଲୋକମାନେ ଆଇସୋଲେସନରେ ରହିଛନ୍ତି । ତେବେ ଏହା ମଧ୍ୟରେ ସେ ନିଜର ରୋଗ ଲୁଚାଉଥିବା ନେଇ ମଧ୍ୟ ଆରୋପ ଲଗାଯାଇଛି । ବଲିଉଡର କିଛିଲୋକ ତାଙ୍କୁ ସପୋର୍ଟ କରୁଥିବା ବେଳେ ଅନେକ ଲୋକ ତାଙ୍କ ବିରୋଧରେ ଅନେକ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି । ତେବେ ବର୍ତ୍ତମାନ କନିକା କାପୁରଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି । ତାହା ହେଉଛି ସେ ଯେଉଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସେଠାରେ ଥିବା ଡାକ୍ତର ଓ ଷ୍ଟାଫମାନେ ତାଙ୍କ ନଖରା ଦେଖି ଚିନ୍ତିତ ହୋଇପଡିଲେଣି । ହସ୍ପିଟାଲର ଡ଼ାଇରେକ୍ଟର ନିଜେ ଆସି କନିକାଙ୍କ ବ୍ୟବହାର ବିଷୟରେ କହିଛନ୍ତି ।

Kanika Kapoor

ସୂଚନା ଅନୁଯାୟୀ କନିକାଙ୍କ ଚିକିତ୍ସା ଲକ୍ଷ୍ନୌରେ ଚାଲିଛି । ଡାକ୍ତରଙ୍କ ଅଭିଯୋଗ ଅନୁଯାୟୀ କନିକା ଚିକିତ୍ସାରେ ସହଯୋଗ କରୁନାହାନ୍ତି ଯେତେବେଳେ କି ତାଙ୍କୁ ସମସ୍ତ ପ୍ରକାର ଜରୁରୀ ସୁବିଧା ଓ ଉଚ୍ଚକୋଟୀର ସେବା ପ୍ରଦାନ କରାଯାଉଛି । ତାଙ୍କୁ ଆଇସୋଲେସନ ରୁମ ଏୟାର କଣ୍ଡିସନ, ସ୍ୱତନ୍ତ୍ର ବାଥରୁମ ସହିତ ବେଡ଼ ଓ ଟିଭି ମଧ୍ୟ ଦିଆଯାଇଛି । ତାଙ୍କୁ ହସ୍ପିଟାଲର କ୍ୟାଣ୍ଟିନରୁ ଗ୍ଲୁଟନ ଫ୍ରି ଡାଏଟ ମଧ୍ୟ ଦିଆଯାଉଛି । ତେବେ ଏସବୁ ପରେ ମଧ୍ୟ ତାଙ୍କର ବ୍ୟବହାର ଠିକ ରହୁନାହିଁ ଓ ତାଙ୍କର ନଖରା ଜାରି ରହିଛି । ସେ ଜଣେ ପେସେଣ୍ଟ ନୁହେଁ ବରଂ ଏକ ବଲିଉଡ ଷ୍ଟାର ଭଳି ବ୍ୟବହାର କରୁଛନ୍ତି । ଯେଉଁଥିପାଇଁ ସେଠିକାର PGI ଷ୍ଟାଫମାନେ ମଧ୍ୟ ଅସନ୍ତୁଷ୍ଟ ରହିଛନ୍ତି ।

ତେବେ ଏହା ପୂର୍ବରୁ କନିକା ହସ୍ପିଟାଲ ଉପରେ ଆରୋପ ଆଣିଥିଲେ । ସେ କହିଥିଲେ ଯେ ସେଠାକାର ଡାକ୍ତରମାନେ ତାଙ୍କୁ ଧମକ ଦେଉଛନ୍ତି । ତୁମେ ଯାଞ୍ଚ କାହିଁକି କରିନଥିଲ କହି ଗାଳି କରିଛନ୍ତି । ଏହାସହିତ ସେଠାକାର ଖାଦ୍ୟ ସମସ୍ୟା ଓ ପାଣିକୁ ନେଇ ମଧ୍ୟ ସେ ପୂର୍ବରୁ ଅଭିଯୋଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.