ବିହାରରେ ପ୍ରଥମ କରୋନା ମୃତ୍ୟୁ, ଏମ୍‌ସରେ ୩୮ ବର୍ଷୀୟ ସଂକ୍ରମିତ ଯୁବକ ମୃତ; ୬ ଛୁଇଁଲା ମୋଟ୍‌ ମୃତ୍ୟୁ ସଂଖ୍ୟା

ବିହାରର ରାଜଧାନୀ ପାଟଣାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପାଟଣାରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ରୋଗୀର ମୃତ୍ୟୁ ପାଟଣାର ଏମ୍‌ସ୍‌ ହସ୍ପିଟାଲରେ ଘଟିଛି। ଏନେଇ ଏମ୍‌ସର ନିର୍ଦ୍ଦେଶକଙ୍କ ସମେତ ବିହାରର ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ସଚିବ ସଞ୍ଜୟ କୁମାର ମଧ୍ୟ ସୂଚନା ଦେଇଛି। ମୃତକଙ୍କ ବୟସ ୩୮ ବର୍ଷ ବୋଲି ଜଣାପଡ଼ିଛି।

corona2

ସୂଚନାଯୋଗ୍ୟ ଯେ ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୩୨୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ସଂଖ୍ୟା କ୍ରମେ ବୃଦ୍ଧି ପାଉଛି। ତେବେ ବିହାରର ମୃତକଙ୍କ ନାମ ସୈଫ ଅଲ୍ଲୀ ଓ ବୟସ ୩୮ ବର୍ଷ ବୋଲି ଜଣାପଡ଼ିଛି। ସୂଚନା ମୁତାବକ ସୈଫ ମୁଙ୍ଗେରର ବାସିନ୍ଦା ଓ ସାଉଦି ଆରବର ରାଜଧାନୀ କତାରରେ ରହି କାମ କରୁଥିଲେ।

corona2

ପୁଣେରେ ବିଦେଶ ଯାତ୍ରା କରିନଥିବା ମହିଳା କରୋନା ଆକ୍ରାନ୍ତ:

କରୋନା ଭାଇରସ୍‌ ଏବେ କେବଳ ବିଦେଶ ଫେରନ୍ତାଙ୍କ ପାଖରେ ଦେଖାଯାଉଥିବା ବେଳେ ବର୍ତ୍ତମାନ ଜଣେ ସାଧାରଣ ମହିଳା ଏଥିରେ ଆକ୍ରାନ୍ତ ହୋଇଛନ୍ତି। ପୁଣେର ଏହି ମହିଳା କୌଣସି ବିଦେଶ ଗସ୍ତ କରିନଥିବା ଜଣାଯାଇଛି। ତଥାପି ସେ କରୋନାରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ଆଇସୋଲେସନ୍‌ରେ ଅଛନ୍ତି। ସୂଚନାମୁତାବକ ମହିଳା ଜଣକ ମାର୍ଚ୍ଚ ୩ ତାରିଖରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତା’ପରଠୁ ସେ ଅସୁସ୍ଥ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.