Below header

ଏହି ଚାରି ଜଣ ଖେଳାଳି କିଛି ଦିନ ଭିତରେ କ୍ରିକେଟ୍‌ରୁ ଅବସର ଘୋଷଣା କରି ପାରନ୍ତି

ମୁମ୍ବାଇ : ସେମାନେ ସମସ୍ୟା ଭିତରେ ଅଛନ୍ତି । ତେଣୁ ଖୁବ୍‌ ଶୀଘ୍ର ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇ ପାରନ୍ତି । ଏହି ତିନି ଜଣ ଖେଳାଳିଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି । ସେମାନେ ହେଲେ ପେସ୍‌ ବୋଲର୍‌ ଭୁବନେଶ୍ୱର କୁମାର, ଇଶାନ୍ତ ଶର୍ମା ଏବଂ ଓପ୍ନର ଶିଖର ଧବନ । ଏମାନେ ଗତ କିଛି ବର୍ଷ ହେଲା ଆହତ ଜନିତ ସମସ୍ୟା ସହ ସଂଗ୍ରାମ କରୁଛନ୍ତି । ଶାରୀରିକ କଷ୍ଟ ଏତେ ହେଉଛି ଯେ ଖେଳିବା କିମ୍ବା ପୁଣି ଦଳକୁ ଫେରିବା ସମ୍ଭବ ହେଉନାହିଁ । ତେଣୁ ଏହି ତିନି ଖେଳାଳି କ୍ରିକେଟ୍‌ରୁ ଦୂରେଇ ଯିବାକୁ ଚିନ୍ତା କରୁଛନ୍ତି ।

ISHANT AND DHONIସେହିଭଳି ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଓ୍ଵିକେଟ୍‌ କିପର ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଥମୁନାହିଁ । ଯଦିଓ ସେ ବିଧିବଦ୍ଧ ଭାବେ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ଘୋଷଣା କରି ନାହାନ୍ତି ତଥାପି ଦଳରୁ ଦୂରେଇ ରହୁଛନ୍ତି । ଆଶା କରାଯାଉଛି ଯେ ସେ ଆଗାମୀ ଆଇପିଏଲ୍‌ ପରେ ଅବସର ନେଇଯିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.