କରୋନା ଭୟ: ହସ୍ପିଟାଲରୁ ୩୫ ହଜାର ଟଙ୍କା ମୂଲ୍ୟର ମାସ୍କ, ଇଞ୍ଜେକ୍ସନ, ବଟିକା ଆଦି ଚୋରାଇ ନେଲେ ଫାର୍ମାସିଷ୍ଟ, ଗିରଫ କଲା ପୋଲିସ

କରୋନା ଭୟରେ ମହାରାଷ୍ଟ୍ରର ପୁଣେସ୍ଥିତ ଏକ ପ୍ରତିଷ୍ଠିତ ହସ୍ପିଟାଲର ଫାର୍ମାସିଷ୍ଟ ପାଖାପାଖି ୩୫,୦୦୦ ଟଙ୍କାର ମାସ୍କ(N95 Mask) ଏବଂ ଔଷଧ ଆଦି ସାମଗ୍ରୀ ଚୋରି କରିନେଇଛନ୍ତି। ଏହି ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି।

m1

କୋରେଗାଁ ପାର୍କ ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ୨୮ ବର୍ଷୀୟ ଏହି ଅଭିଯୁକ୍ତ ଜଣକ ଗତ ଶନିବାର ହସ୍ପିଟାଲର ଔଷଧାଳୟରୁ ମାସ୍କ, ଇଞ୍ଜେକ୍ସନ, ବଟିକା ଓ ମଲମ ଆଦି ଜିନିଷ ଚୋରି କରି ନେଇଥିଲେ, ଯାହାର ମୂଲ୍ୟ ପାଖାପାଖି ଥିଲା ୩୫,୭୫୦ ଟଙ୍କା। ଏ ନେଇ ଅଭିଯୋଗ ଆସିବା ପରେ ତାଙ୍କ ବିରୋଧରେ ଆଇପିସି ଦଫା ଅନୁସାରେ ମାମଲା ରୁଜୁ କରାଯାଇଛି।

ସୂଚନାଥାଉ କି, ମହାରାଷ୍ଟ୍ରରେ କରୋନା ଭାଇରସ୍‌ ସଂକ୍ରମଣ ନେଇ କୌଣସି ବି ମାମଲା ସାମ୍ନାକୁ ଆସିନି। କିନ୍ତୁ ଲୋକଙ୍କ ମନରେ ଏହାକୁ ନେଇ ଭୟ ସଞ୍ଚାର ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.