Below header

ଭାରତରେ ନୁହେଁ ବିଦେଶ ମାଟିରେ ଖେଳାଯିବ IPL 2020 ! ଏହି ଦେଶ ରଖିଲା ପ୍ରସ୍ତାବ

ଆଇପିଏଲର ୧୩ତମ ମ୍ୟାଚ ଚଳିତ ବର୍ଷ ମାର୍ଚ୍ଚରେ ଆରମ୍ଭ ହେବାକୁ ଥିଲା। କିନ୍ତୁ କରୋନା ମହାମାରୀ କାରଣରୁ ଅନିଶ୍ଚିତକାଳ ପାଇଁ ସ୍ଥଗିତ କରିଦିଆଯାଇଛି। ଏବେ କିନ୍ତୁ ଏହା ଆଶଙ୍କା କରାଯାଉଛି ଯେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ନହେବା ଦ୍ୱାରା ବିସିସିଆଇ ଅକ୍ଟୋବରରେ ଏହାର ଆୟୋଜନ କରିପାରେ। ଏକ ମିଡିଆ ରିପୋର୍ଟ ଅନୁଯାୟୀ ୟୁଏଇ କ୍ରିକେଟ ବୋର୍ଡ ବିସିସିଆଇ ସାମ୍ନାରେ ପ୍ରସ୍ତାବ ରଖିଛି ଯେ ସେ ଆୟୋଜନ କରିପାରିବ।

ବୋର୍ଡର ମହାସଚିବ କହିଛନ୍ତି ଯେ ଅତୀତରେ ଅମୀରାତ କ୍ରିକେଟ ବୋର୍ଡ ଆଇପିଏଲର ପ୍ରସ୍ତାବ ଦେଇସାରିଛି।
ସେ ଆହୁରି ମଧ୍ୟ କହିଛନ୍ତି ଅମିରାତ କ୍ରିକେଟ ବୋର୍ଡ ଇଂଲଣ୍ଡ ଏବଂ ୱେଲସ କ୍ରିକେଟ ବୋର୍ଡକୁ ମଧ୍ୟ ବାକି ମ୍ୟାଚ ଏଠାୋ କରିବାକୁ ପ୍ରସ୍ତାବ ଦେଇଥିଲେ। ସେ କହିଛନ୍ତି ଇଂଲଣ୍ଡ ଏବଂ ଭାରତ ଉଭୟଙ୍କ ସାମ୍ନରେ ସେ ଏହି ପ୍ରସ୍ତାବ ରଖିଛନ୍ତି। ଯଦି ଦୁହିଁଙ୍କ ମଧ୍ୟରେ ଜଣେ ବି କେହି ବୋର୍ଡ ଏହାକୁ ସ୍ୱିକାର କଲେ ତେବେ ସେ ଖୁସିହେବେ।

ଶ୍ରୀଲଙ୍କା କ୍ରିକେଟ ବୋର୍ଡ ମଧ୍ୟ ଆଇପିଏଲର ଏହି ପ୍ରସ୍ତାବରେ ଆଗ୍ରହ ଦେଖାଇଛି। ଆଇସିସି ଟି-୨୦ ବିଶ୍ୱକପକୁ ନେଇ ଜୁନ ୧୦ ତାରିଖରେ ବୋର୍ଡ ବୈଠକ ପରେ ଆଇପିଏଲର ଆୟୋଜନ ପରିଷ୍କାର ଭାବରେ ଜଣାପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.