Below header

ବିରାଟଙ୍କ ନୂଆ ରେକର୍ଡ, ଦିନିକିଆରେ ପୂରଣ କଲେ ୧୨୦୦୦ ରନ

ଅଷ୍ଟ୍ରେଲିଆ ବିରୋଧ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଭାରତ ହାତରୁ ଏକ ପ୍ରକାର ଖସି ସାରିଛି । ପ୍ରଥମ ଓ ଦ୍ଵିତୀୟ ଦିନିକିଆ ମ୍ୟାଚ ୬୬
ଓ ୫୧ ରନ ବ୍ୟବଧାନରେ ହାରିଛି ଟିମ ଇଣ୍ଡିଆ । ଗୋଟେ ପଟରେ ଟିମ ଇଣ୍ଡିଆ ହାତରୁ ସିରିଜ ଖସିଥିଲେ ମଧ୍ୟ କ୍ୟାପଟେନ କିଙ୍ଗ କୋହଲି କିନ୍ତୁ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ସଚିନ ତେନ୍ଦୁଲକରଙ୍କୁ ବି ପଛରେ ପକେଇ ଦେଇଛନ୍ତି କୋହଲି । ତୃତୀୟ ଦିନିକିଆରେ ୧୨୦୦୦ ରନ ପୁରା କରିଛନ୍ତି କୋହଲି । କହିରଖିବା ଉଚିତ ହେବକି, ଆଇସିସି ରାକିଙ୍ଗରେ ୧୨୦୦୦ ରନ ଠାରୁ ମାତ୍ର ୨୩ ରନ ଦୂରରେ ଥିଲେ କୋହଲି । ଏହାବାଦ ସବୁଠୁ କମ ସମୟ ଓ କମ ସଂଖ୍ୟକ ମ୍ୟାଚ ଖେଳି ବିରାଟ ଏହି ରେକର୍ଡ ନିଜ ନାଁରେ କରି ପାରିଛନ୍ତି ।

ଯେବେକି ମାଷ୍ଟର ବ୍ଲଷ୍ଟର ସଚିନ ତେନ୍ଦୁଲକର ୩୦୦ ମ୍ୟାଚ ଖେଳି ୧୨୦୦୦ ରନ ପୁରା କରିବାର ରେକର୍ଡ କରିଥିଲେ । ଏହା ପୂର୍ବରୁ କୋହଲିଙ୍କ ନାଁରେ ୮୦୦୦, ୯୦୦୦, ୧୦୦୦୦, ୧୧୦୦୦ ରନ କରିବା ନେଇ ରେକର୍ଡ ରହିଥିଲା । ଆଉ କହିରଖିବା ଉଚିତ ହେବଯେ ଏହା ପୂର୍ବରୁ ୮୦୦୦, ୯୦୦୦, ୧୦୦୦୦, ୧୧୦୦୦ ରନ ବିରାଟ ସର୍ବନିମ୍ନ ସଂଖ୍ୟକ ମ୍ୟାଚ ଖେଳି ପୁରା କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.