Below header

ପୁଣି ହୃଦୟ ଜିତିନେଲେ ବିରାଟ କୋହଲି, ସୁରକ୍ଷା ବାଡ ଡେଇଁ ଆସିଥିବା ଫ୍ୟାନ୍ସଙ୍କୁ ଆଲିଙ୍ଗନ କଲେ : ଭିଡିଓ ଭାଇରଲ

ବିରାଟ ପୁଣି ଜିତିନେଲେ ସମସ୍ତଙ୍କୁ ହୃଦୟ । ମ୍ୟାଚ ଚାଲିଥିବା ବେଳେ ସୁରକ୍ଷା ବାଡ ଡେଇଁ ଆସିଥିବା ଫ୍ୟାନ୍ସଙ୍କୁ ଆଲିଙ୍ଗନ କଲେ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ଲକ୍ଷ୍ନୌ ସୁପର ଜିଆଣ୍ଡସକୁ ୧୮ ରନରେ ହରାଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚରେ ପଡିଆ ମଧ୍ୟକୁ ଜଣେ ଫ୍ୟାନ୍ସ ଦୌଡି ଆସି କୋହଲିଙ୍କ ପାଦ ଛୁଇଁଥିଲେ । ଏହି ସମୟରେ ବିରାଟ ତାଙ୍କୁ ତୁରନ୍ତ ଉଠାଇ ନେଇ ଆଲିଙ୍ଗନ କରିଥିଲେ । ଭିଡିଓ  ସୋସିଆଲ ମିଡିଆରେ ଭାଇରଲ ହେବା ପରେ ସମସ୍ତଙ୍କ ହୃଦୟକୁ ଛୁଇଁଯାଇଛି । ଏହାକୁ ସମସ୍ତେ ପ୍ରଶଂସା କରୁଛନ୍ତି ।

ନିକଟରେ କୋଲକତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍‌ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ବେଳେ କେକେଆର ଷ୍ଟାର ବ୍ୟାଟର ରିଙ୍କୁ ସିଂ ବିରାଟଙ୍କ ପାଦ ଛୁଉଁଥିବାର ଭିଡିଓ ଭାଇରଲ ହୋଇଥିଲା । ମ୍ୟାଚ ସରିବା ପରେ ଦୁଇ ଟିମର ଖେଳାଳି ପରସ୍ପର ସହିତ କରମର୍ଦ୍ଦନ କରୁଥିବ ବେଳେ ରିଙ୍କୁ ବିରାଟ କୋହଲିଙ୍କ ପାଖକୁ ଯାଇ ତାଙ୍କ ପାଦକୁ ଛୁଇଁଥିଲେ । ଏହା ପରେ ତୁରନ୍ତ ବିରାଟ ତାଙ୍କ ଆଲିଙ୍ଗନ କରିଥିଲେ । ଏହାର ଭିଡିଓ ଭାଇରଲ ହୋଇଥିଲା ।ଏହି ମ୍ୟାଚରେ ଆରସିବିକୁ ୨୧ ରନରେ ହରାଇ ପ୍ରଥମ ବିଜୟ ହାସଲ କରିଥିଲା କେକେଆର ।


ସୂଚନାଯୋଗ୍ୟ, ଲକ୍ଷ୍ନୌ ଏବଂ ବାଙ୍ଗାଲୋର ମ୍ୟାଚ ବେଶ୍‌ ଚର୍ଚ୍ଚାକୁ ଆସିଥିଲା। ଏହି ମ୍ୟାଚ ସରିବା ପରେ ବିରାଟ କୋହଲି ଏବଂ ଗୌତମ ଗମ୍ଭୀର କୌଣସି କଥାକୁ ନେଇ ମୁହାଁମୁହିଁ ହୋଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏଥିପାଇଁ ଦୁହିଁଙ୍କ ୧୦୦ ପ୍ରତିଶତ ମ୍ୟାଚ୍‌ ଫି କଟିଛି । ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମରେ ଲକ୍ଷ୍ନୌ –ବାଙ୍ଗାଲୋର ଆଇପିଏଲ୍ ମ୍ୟାଚରେ ବେଙ୍ଗାଲୁରୁ ଲକ୍ଷ୍ନୌକୁ ୧୮ ରନରେ ହରାଇଥିଲା । ମ୍ୟାଚ୍ ଜିତିବାକୁ ଲକ୍ଷ୍ନୌକୁ ୧୨୭ ରନ୍ ଟାର୍ଗେଟ ଦେଇଥିଲା ବେଙ୍ଗାଳୁରୁ । ଜବାବରେ ଲକ୍ଷ୍ନୌ ୧୦୮ରନରେ ସୀମିତ ରହିଯାଇଥିଲା । ମ୍ୟାଚ୍ ସରିବା ପରେ ସବୁ ଖେଳାଳି ଏକାଠି ହୋଇଥିଲେ ।

ଏତିକିବେଳେ କୌଣସି କଥାକୁ ନେଇ କୋହଲି ଓ ଗମ୍ଭୀରଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଝଗଡ଼ା ଏତେ ଜୋରରେ ହୋଇଥିଲା ଯେ ବାକି ଖେଳାଳି ଓ ଷ୍ଟାଫ ସେମାନଙ୍କୁ ଅଟକାଇଥିଲେ । ବିରାଟ-ଗମ୍ଭୀର ଝଗଡା ବେଳର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି ଲକ୍ଷ୍ନୌ ଟିମର ଅମିତ ମିଶ୍ର ଓ ବେଙ୍ଗାଲରୁ ଟିମ୍ କ୍ୟାପଟେନ୍ ଡୁପ୍ଲେସିସ୍ ବିରାଟ-ଗମ୍ଭୀରଙ୍କୁ ଶାନ୍ତ କରିଥିଲେ । ସୂଚନାଯୋଗ୍ୟ, ପୂର୍ବରୁ ଆଇପିଏଲ୍ ୨୦୧୩ ସଂସ୍କରଣରେ ବି କୋହଲି ଓ ଗମ୍ଭୀରଙ୍କ ଭିତରେ ଜୋରଦାର ଝଡ଼ଗଡ଼ା ଓ କଥା କଟାକଟି ହୋଇଥିଲା । ସେତେବେଳେ କୋଲକାତା ନାଇଟ୍ ରାଇଡର୍ସର କ୍ୟାପଟେନ୍ ଥିଲେ ଗୌତମ ଗମ୍ଭୀର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.