ଆମେରିକାର ବଡ଼ ଦାବି! ୫ ମାସ ମଧ୍ୟରେ ନିହତ ହୋଇଛନ୍ତି ୨୦,୦୦୦ ରୁଷୀୟ ସୈନିକ, ୧ ଲକ୍ଷ ଆହତ

ୟୁକ୍ରେନ ବିରୋଧରେ ଯୁଦ୍ଧ କରୁଥିବା ରୁଷ୍‌କୁ ନେଇ ଆମେରିକା ଏକ ବଡ଼ ଦାବି କରିଛି। ହ୍ଵାଇଟ୍‌ ହାଉସ୍‌ର ଅଧିକାରୀ ଜନ୍ କିର୍ବି ଦାବି କରିଛନ୍ତି ଯେ ୨୦୨୨ ଡିସେମ୍ବର ପରଠାରୁ ଏ ପର୍ଯ୍ୟନ୍ତ ୨୦ ହଜାରରୁ ଅଧିକ ରୁଷୀୟ ସୈନିକ ନିହତ ହୋଇଛନ୍ତି।

ୟୁକ୍ରେନ ବିରୋଧରେ ଯୁଦ୍ଧ କରୁଥିବା ରୁଷ୍‌କୁ ନେଇ ଆମେରିକା ଏକ ବଡ଼ ଦାବି କରିଛି। ହ୍ଵାଇଟ୍‌ ହାଉସ୍‌ର ଅଧିକାରୀ ଜନ୍ କିର୍ବି ଦାବି କରିଛନ୍ତି ଯେ ୨୦୨୨ ଡିସେମ୍ବର ପରଠାରୁ ଏ ପର୍ଯ୍ୟନ୍ତ ୨୦ ହଜାରରୁ ଅଧିକ ରୁଷୀୟ ସୈନିକ ନିହତ ହୋଇଛନ୍ତି ଏବଂ ୧ ଲକ୍ଷରୁ ଅଧିକ ଆହତ ହୋଇଛନ୍ତି। ଯାହାର ଅର୍ଥ ହେଉଛି, ମାତ୍ର ପାଞ୍ଚ ମାସ ମଧ୍ୟରେ ରୁଷ୍‌ର ୨୦ ହଜାର ସୈନିକଙ୍କର ମୃତ୍ୟୁ ଘଟିଛି।

କିର୍ବି ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ ରୁଷ୍‌ର ସୈନ୍ୟ ଭଣ୍ଡାର ଏବଂ ସଶସ୍ତ୍ର ବାହିନୀ ପୂର୍ବାପେକ୍ଷା ଦୁର୍ବଳ ହୋଇପଡ଼ିଛି। ଯୁଦ୍ଧରେ ନିହତ ସୈନିକମାନଙ୍କ ମଧ୍ୟରୁ ଅର୍ଦ୍ଧେକ ଥିଲେ ରୁଷ୍‌ର ଘରୋଇ କମ୍ପାନୀ ଭାଙ୍ଗାରର ଅଂଶ।

ଯୁଦ୍ଧରେ ପାଖାପାଖି ୧ ଲକ୍ଷ ସୈନିକ ଆହତ ହୋଇଥିବା ଆକଳନ ବିଷୟରେ କିର୍ବି କହିଛନ୍ତି, ଏହା ଗୁପ୍ତଚର ତଥ୍ୟ ଉପରେ ଆଧାରିତ, ଯାହା ଆମେ ସଂଗ୍ରହ କରିବାରେ ସକ୍ଷମ ହୋଇଛୁ। କିନ୍ତୁ ଯେତେବେଳେ କିର୍ବିଙ୍କୁ ୟୁକ୍ରେନ ସେନା ବିଷୟରେ ପଚରାଯାଇଥିଲା, ତ ସେ ସୂଚନା ଦେବାକୁ ମନା କରିଦେଇଥିଲେ।

ସୂଚନାଥାଉ କି, ଗତ ବର୍ଷ ଫେବୃଆରୀ ୨୪ରେ ୟୁକ୍ରେନ ଉପରେ ରୁଷ୍‌ ଆକ୍ରମଣ କରିଥିଲା। ସେବେଠାରୁ ଚଉଦ ମାସ ପରେ ବି ଏହି ଲଢ଼େଇ ଜାରି ରହିଛି। ପ୍ରଥମରୁ ଦୁର୍ବଳ ଥିବା ୟୁକ୍ରେନ ଆଜି ପର୍ଯ୍ୟନ୍ତ ରୁଷୀୟ ଆକ୍ରମଣର ସାମ୍ନାକୁ କରୁଛି ଏବଂ ପୂରା କ୍ଷମତାର ସହ ଜବାବ ମଧ୍ୟ ଦେଉଛି। ୟୁକ୍ରେନକୁ ନାଟୋ ଦେଶଗୁଡ଼ିକର ବି ଭରପୂର ସମର୍ଥନ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.