Below header

ଆଜିଠାରୁ ମହିଳା ହକି ବିଶ୍ୱକପ୍ : ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ନୂଆଦିଲ୍ଳୀ : ମହିଳା ହକି ବିଶ୍ୱକପ ଆଜିଠୁ ଆରମ୍ଭ ହେବାକୁ ଥିବା ବେଳେ ପ୍ରଥମ ମ୍ୟାଚରେ ଭାରତ-ଇଂଲଣ୍ଡ ଖେଳୁଛନ୍ତି । ଭାରତ ସମେତ ୧୬ଟି ଦେଶ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି । ଏହାକୁ ୪ଟି ଗ୍ରୁପରେ ଖେଳାଯିବ । ପ୍ରଥମ ରାଉଣ୍ଡରୁ ଦେଖିବାକୁ ମିଳିବ କଡା ମୁକାବିଲା । ଟିମ୍ ଇଣ୍ଡିଆର ଅଧିନାୟିକା ରାଣୀ ରାମ୍ପାଲଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ମ୍ୟାଚରେ ଓଡ଼ିଆଙ୍କ କମାଲ୍ ବି ଦେଖିବାକୁ ମିଳିବ । ଦଳରେ ସ୍ଥାନ ପାଇଛନ୍ତି ୪ ଜଣ ଓଡ଼ିଆ ଖେଳାଳି ଦୀପଗ୍ରେସ ଏକ୍କା, ସୁନୀତା ଲାକ୍ରା, ନମିତା ଟପ୍ପୋ ଓ ଲିଲିମା ମିଞ୍ଜ । ୨୬ ତାରିଖରେ ଆୟଲ୍ୟାଣ୍ଡ ଏବଂ ୨୯ରେ ଆମେରିକା ସହ ଖେଳିବ ଭାରତ । ଆକର୍ଷଣୀୟ ପ୍ରଦର୍ଶନ କରି ଟ୍ରଫି ହାତେଇବା ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.