Below header

ଫ୍ଲୋରକୁ ଆସିଲା “ଧଡ଼କ” : ମା’ ଭଳି ହିଟ୍ ହୋଇପାରିଲେନି ଝିଅ ଜାହ୍ନବୀ

ମୁମ୍ବାଇ : ଗତକାଲି ଫିଲ୍ମି ଫ୍ରାଇଡେରେ ରିଲିଜ ହୋଇଛି ଧଡକ। ବଡ ପରଦାରେ ଡେବ୍ୟୁ କରିଛନ୍ତି ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର। ସାଙ୍ଗରେ ନଜର ଆସିଛନ୍ତି ନବାଗତ ଇଶାନ ଖଟ୍ଟର। ଫିଲ୍ମକୁ ମିଳିଛି ଦର୍ଶକ ଓ ସମୀକ୍ଷକଙ୍କ ମିଶ୍ରିତ ପ୍ରତିକ୍ରିୟା। ଜଣେ ବିଦ୍ରୋହୀ ଓ ସାହାସୀ ଝିଅ ଚରିତ୍ରକୁ ଜାହ୍ନବୀ ନ୍ୟାୟ ଦେଇପାରିନଥିବା ମତ ରଖିଛନ୍ତି ସମୀକ୍ଷକ। ସେହିଭଳି ହମ୍ପଟି ଶର୍ମା କି ଦୁଲହନିଆ ଓ ବଦ୍ରି କି ଦୁଲହନିଆ କମର୍ସିଆଲି ସଫଳତା ହାସଲ କରିବା ପରେ ନିର୍ଦ୍ଦେଶକ ଶଶାଙ୍କ ଖୈତାନଙ୍କ ଠାରୁ ଅନେକ ଆଶା ରଖିଥିଲେ ଦର୍ଶକ ଓ ସମୀକ୍ଷକ। କିନ୍ତୁ ଏହି ଫିଲ୍ମରେ ମ୍ୟାଜିକ କ୍ରିଏଟ କରିପାରିନାହାନ୍ତି ଶଶାଙ୍କ।

ତେବେ ବଡ଼ ପରଦାରେ ଇଶାନ ଓ ଜାହ୍ନବୀଙ୍କ ଯୋଡି ବେସ୍ ଜମିଛି। ଧଡକ ହେଉଛି ମରାଠୀ ଫିଲ୍ମ ସୈରାଟର ରିମେକ। କମ୍ ବଜେଟ୍ରେ ତିଆରି ହୋଇଥିବା ସୈରାଟ ବକ୍ସଅଫିସରେ ଅଭୂତପୂର୍ବ ସଫଳତା ହାସଲ କରିଥିଲା। ସୁପରହିଟ୍ ଫିଲ୍ମ ସୈରାଟର ରିମେକ ହୋଇଥିବାରୁ ଓ ବଲିଉଡର ଲେଡି ସୁପରଷ୍ଟାର ଶ୍ରୀଦେବୀଙ୍କ ଝିଅ ଜାହ୍ନବୀଙ୍କ ଡେବ୍ୟୁ ଫିଲ୍ମ ହୋଇଥିବାରୁ ଧଡକ ଉପରେ ଥିଲା ସମସ୍ତଙ୍କ ନଜର। ତେବେ ଧଡକକୁ ସମୀକ୍ଷକ ଆଭରେଜ ମାର୍କ ଦେଇଥିବା ବେଳେ ଦର୍ଶକଙ୍କ ପ୍ରତିକ୍ରିୟା କିଭଳି ରହିଛି ଓ ଫିଲ୍ମ କିଭଳି ବିଜନେସ୍ କରୁଛି ତାହା ଆଉ କିଛି ଦିନ ଭିତରେ ଜଣାପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.