ଏମିତି ଏକ ନଦୀ, ଯିଏ ପ୍ରତ୍ୟେକ ମାସରେ ବଦଳାଇଥାଏ ନିଜର ରଙ୍ଗ !

ଆପଣ ଠିକ୍ ହିଁ ପଢିଛନ୍ତି ରଙ୍ଗିନ୍ ଦୁନିଆ । କାହିଁକି ନା ଆମେ ଆଜି ଆପଣଙ୍କୁ ଏମିତି ଗୋଟେ ରଙ୍ଗିନ୍ ଦୁନିଆ ସହ ପରିଚୟ କରାଇବୁ ।କୋଲମ୍ବିଆରେ ଏକ ନଦୀ ଅଛି ଯାହାକୁ ପ୍ରକୃତି ଦେଇଛି ଏକ ଏମିତି ଅଲଗା ପ୍ରକାରର ସୁନ୍ଦରତା ଯାହା ସାମ୍ନାରେ ଦେଖିଲା ପରେ ମଧ୍ୟ ବିଶ୍ବାସ କରିପାରିବା ଅସମ୍ଭ ହୋଇଥାଏ । ଏହି ନଦୀର ଖାସ୍ କଥା ହେଉଛି, ବଦଳୁଥିବା ଋିତୁ ସହ ଏ ନିଜର ରଙ୍ଗ ବଦଳାଇ ଥାଏ । କୌଣସି ବି ଖାସ୍ ମାସରେ ଏହା ରଙ୍ଗ ମଧ୍ୟ ଖାସ୍ ହୋଇଥାଏ । ନାଲି, ହଳଦୀଆ, ନୀଳ, ନାରଙ୍ଗି ଏବଂ ସବୁଜ ରଙ୍ଗର ହୋଇଥାଏ । ଏହି ସବୁ କାରଣ ପାଇଁ ଏହାକୁ ଲିକୁଇଡ୍ ରେମୱୋ କୁହାଯାଇଛି ।

୨୦୦୨ ମସିହାରେ ଏହି ନଦୀର ବେଗ ସକ୍ରିୟ ହୋଇଥିବା କାରଣରୁ ଏହି ନଦୀର ଆଖପାଖ ସ୍ଥାନକୁ ଯିବା ପାଇଁ ସୁରୁକ୍ଷିତ ଭାବୁ ନଥିଲେ । କିନ୍ତୁ ଏହାର ୩୦କିମି ପରେ ଅବସ୍ଥିତ କ୍ଷେତ୍ରରେ କୋଲମ୍ବିଆର ମିଲେଟ୍ରୀଙ୍କ ଅଧିନରେ ଯାହା ଦ୍ବାରା ଆପଣ ଆରାମସେ ଏଠାରେ ଭୁଲି ପାରିବେ ।

colombia

କିଛି ଲୋକ ଏହି ନଦୀକୁ ଦେଖିଲାପରେ ଭାବୁଛନ୍ତିକି ଏହି ନଦୀର ରଙ୍ଗ କି ପରି ବଦଳୁଛି । ଅସଲ କଥା ହେଉଛି ଏହାର କମାଲ୍ ମେକାନିଆ କ୍ଲାଭିକେରା ନାମର ଏକ ଗଛର, ଯାହା ଗୋଟେ ଖାସ୍ ଋିତୁରେ ନିଶ୍ଚିତମାତ୍ରାର ଜଳ ସିମା ଏବଂ ନିଶ୍ଚିତ ମାତ୍ରାର ସୂର୍ୟ୍ୟକିରଣ ମିଳିଲେ ଗଛଟି ତା’ର ରଙ୍ଗ ପରିବର୍ତ୍ତନ କରିଥାଏ । ଏହି କାରଣ ପାଇଁ ନଦୀର ରଙ୍ଗ କଲରଫୁଲ୍ ଦେଖାଯାଏ ।

ଏହି ନଦୀର ସୁନ୍ଦରତାକୁ ଆପଣ କେବଳ ଜୁନରୁ ଡିସେମ୍ବର ଯାଏ ଦେଖିପାରିବେ । ଜାନୁଆରିରୁ ମେ ମାସ ପର୍ୟ୍ୟନ୍ତର ଅଧକ ଗରମ ପାଇଁ ଏହି ସ୍ଥାନକୁ ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥାଏ । ଏହି ସମୟରେ ନଦୀର ରଙ୍ଗ ହାଲକା ଗୋଲାପି, କି ଗାଢା ନାଲି ଓ ବେଳେବେଳେ ନାରଙ୍ଗି ଓ ସବୁଜ ରଙ୍ଗର ହୋଇଥାଏ । ଦୁନିଆରେ ଏହି ସ୍ଥାନଟି କମ୍ ଲୋକ ପ୍ରିୟ ହେବା କାରଣରୁ ବିଦେଶୀ ପର୍ୟ୍ୟଟକ ଖୁବ୍ କମ ଆସିଥାନ୍ତି କିନ୍ତୁ ସ୍ଥାନିୟ ଲୋକ ମାନଙ୍କ ପାଇଁ ଏହି ସ୍ଥାନଟି ଶେଷ ସାପ୍ତାହର ଛୁଟିକଟାଇବା ପାଇଁ ଏଠାକୁ ଆସିଥାନ୍ତି । ଏହାର ପ୍ରାକୃତିକ ଦୃଶ୍ୟ ମଧ୍ୟ ଅତ୍ୟନ୍ତ ମନହୋର ।

ପ୍ରକୃତିର ଏହି ଆର୍ଶ୍ରୀବାଦକୁ ଠିକ୍ ରଥିବା ପାଇଁ ଏଠାରେ କିଛି ନିୟମ ମଧ୍ୟ କରାଯାଇଛି । ଏଠାକୁ ଆସୁଥିବା ଲୋକମାନଙ୍କର ଗୃଫର ସବୁ ଲୋକଙ୍କୁ ଛଡା ଯାଇନଥାଏ ଏବଂ ଗୋଟେ ଦିନରେ ୨୦୦ସେକେଣ୍ଡରୁ ଅଧିକ ସମୟ ରହିପାରିବେ ନାହିଁ । ଯଦି ଆପଣ କେବେ ବି କୋଲମ୍ବିଆ ଯାଉଛନ୍ତି ତେବେ ଏହି ନଦୀକୁ ଦେଖିବା ପାଇଁ ଯେମିତି ନଭୁଲନ୍ତି । ଏଠାକୁ ଆସିବା ଦ୍ବାରା ଆପଣଙ୍କର ଯାତ୍ରା ଯେତିକି ଖୁସିଦାୟକ ରହିବ ସେତିକି ରୋମାଞ୍ଚକ ମଧ୍ୟ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.