ଲୋକସଭାରେ କାଟ୍ ଖାଇଲା ଅନାସ୍ଥା ପ୍ରସ୍ତାବ : ବିଗ୍ ଡିବେଟରେ ଘଟିଲା ମୁନ୍ନାଭାଇ ମୁମେଣ୍ଟ

ନୂଆଦିଲ୍ଲୀ : ୧୫ ବର୍ଷ ପରେ ତେଲୁଗୁଦେଶ ପାର୍ଟି ଆଣିଥିବା ଅନାସ୍ଥା ପ୍ରସ୍ତାବ ବିରୋଧରେ ୩୨୫ ମତ ପଡଥିଲା । ସମର୍ଥନରେ ପଡିଥିଲା ମାତ୍ର ୧୨୬ ଭୋଟ୍ । ବିଳମ୍ବତି ରାତି ଯାଏଁ ଚାଲିଥିବା ୧୨ଘଣ୍ଟାର ମାରାଥନ ଆଲୋଚନା ପରେ ଭୋଟିଂ ହୋଇଥିଲା । ୪୫୧ ଜଣ ସାଂସଦ ମତଦାନରେ ଭାଗ ନେଇଥିଲେ । ଲୋକସଭାରେ ସରକାର ବିଶ୍ୱାସ ମତ ଜିତିବା ପରେ ଗୃହକୁ ଆସନ୍ତା ସୋମବାର ପର୍ୟ୍ୟନ୍ତ ମୁଲତବୀ ରଖାଯାଇଛି । ଏହି ଦିନ ରାଜ୍ୟସଭାରେ ଏହା ଉପରେ ଆଲୋଚନା ହେବ।

ବିରୋଧୀଙ୍କ ପାଖରେ ସଂଖ୍ୟା ନଥାଇ କାହିଁକି ଅନାସ୍ଥା ପ୍ରସ୍ତାବ ଆଣିଲେ, ଏ ପ୍ରଶ୍ନ ଉଠାଇଥିଲେ ପ୍ରଧାନମନ୍ତ୍ରୀ ମୋଦି। କହିଥିଲେ, ଗତ ଦୁଇ ବର୍ଷରେ ୫ କୋଟି ଭାରତୀୟ ଦାରିଦ୍ର୍ୟ ସୀମା ରେଖା ଉପରକୁ ଉଠିଛନ୍ତି । ୨୦ କୋଟି ଲୋକଙ୍କୁ ବୀମା ସୁରକ୍ଷା ମିଳିଛି। ନିର୍ମାଣ ହୋଇଛି ୮କୋଟି ଶୌଚାଳୟ । ଉଜ୍ଜ୍ୱଳା ଯୋଜନାରେ ସାଢ଼େ ୪ କୋଟି ମହିଳାଙ୍କୁ ଲାଭ ମିଳିଛି। ଚାଷୀ ଆୟ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣା କରିବାକୁ ପଦକ୍ଷେପ ନିଆଯାଉଥିବା ମୋଦି କହିଥିଲେ । ୮୦ ହଜାର କୋଟି ଟଙ୍କା ଖର୍ଚ୍ଚ କରି ୯୯ଟି ଜଳସେଚନ ଯୋଜନା କାମ ହେଉଛି । ମୁଦ୍ରା ଯୋଜନାରୁ ଲାଭ ପାଇଛନ୍ତି ୧୩ କୋଟି ଲୋକ । ଇଜ୍ ଅଫ ଡୁଇଂ ବିଜନେସରେ ବିଶ୍ୱରେ ଭାରତର ସ୍ଥାନ ୪୨ ବୋଲି ମୋଦି କହିଥିଲେ । ବିତର୍କ ସମୟରେ କଂଗ୍ରେସକୁ ଜୋରଦାର ଆକ୍ରମଣ କରିଥିଲେ ମୋଦି । କହିଥିଲେ କଂଗ୍ରେସର ନିଜ ଉପରେ ବିଶ୍ୱାସ ନାହିଁ । ପ୍ରଧାନ ବିଚାରପତି, ନିର୍ବାଚନ କମିଶନ, ଇଭିଏମ୍, ରିଜର୍ଭ ବ୍ୟାଙ୍କ ଉପରେ ମଧ୍ୟ ଦଳ ବିଶ୍ୱାସ କରୁ ନାହିଁ ।

ଯାହାପରେ ସଂସଦର ବିଗ୍ ଡିବେଟରେ ଘଟିଥିଲା ମୁନ୍ନାଭାଇ ମୁମେଣ୍ଟ। ବାକ୍ୟବାଣ ଯୁଦ୍ଧ ଭିତରେ, ଯାଦୁ କି ଝପ୍ପି ମୁହୂର୍ତ୍ତ ହୋଇଥିଲା । ଯାହାକୁ ନେଇ ଉଭୟ ଶାସକ ଓ ବିରୋଧୀ ଆଶ୍ଚର୍ୟ୍ୟ ହୋଇଥିଲେ। ମୋଦିଙ୍କୁ ଜବରଦସ୍ତ ହମଲା କରିବା ପରେ, ପ୍ରଧାନମନ୍ତ୍ରୀଙ୍କୁ କୁଣ୍ଢାଇ ଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ। କହିଥିଲେ, ଆପଣ ମୋତେ ପପ୍ପୁ ଡାକି ପାରନ୍ତି, ଗାଳି କରିପାରନ୍ତି, ମୋ ମନରେ କିନ୍ତୁ ଆପଣଙ୍କ ପାଇଁ ଘୃଣାଭାବ ନାହିଁ । ଅନାସ୍ଥା ପ୍ରସ୍ତାବ ବିତର୍କ ବେଳେ ପାଖକୁ ଆସି ଠିଆ ହେବାକୁ କହିବା ମୋତେ ଆଶ୍ଚର୍ୟ୍ୟ କରିଛି । ମୁଁ ଠିଆ ହୋଇଛି ଓ ୪ ବର୍ଷ ହେବ କାମ କରୁଛି । କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧିଙ୍କୁ ଏଭଳି କଟାକ୍ଷ କରଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ୍ଷମତାକୁ ନେଇ ଜଲଦି କାହିଁକି ବୋଲି ପ୍ରଶ୍ନ କରିଛନ୍ତି । ବିତର୍କ ସମୟରେ ମୋଦିଙ୍କୁ ରାହୁଲ ଚ୍ୟାଲେଞ୍ଜ କରିଥିଲେ, ଆଖିରେ ଆଖି ମିଶାଇବାକୁ। ମୋଦି କହିଥିଲେ, ନାମଦାରଙ୍କ ସହ ଆଖି ମିଶାଇ ପାରିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.