Below header

‘ନିଶ’ ପାଇଁ ଚର୍ଚ୍ଚାରେ ଖିଲାଡି କୁମାର !

ମୁମ୍ବାଇ : ନିକଟରେ ସୋସିଆଲ ମିଡିଆରେ ଅକ୍ଷୟ କୁମାର ନିଜର ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ଅଭିନେତା ଅକ୍ଷୟ ନିର୍ଦ୍ଦେଶକ ରୀମା କାଗତିଙ୍କ ସହ ଏକ ଅଲଗା ଅନ୍ଦାଜରେ ନଜର ଆସିଛନ୍ତି। ଅକ୍ଷୟଙ୍କ ନିଶକୁ ଦେଖି ତାଙ୍କ ଫ୍ୟାନ ତାଙ୍କୁ ଚାର୍ଲି ଚାପଲିନ୍ ଓ ଜେଠା ଲାଲଙ୍କ ସହ ତୁଳନା କରିଛନ୍ତି।

Who wore it better😜 ? @reemakagti1 @excelmovies #BehindTheScenes #Gold

A post shared by Akshay Kumar (@akshaykumar) on

 ଅକ୍ଷୟଙ୍କ ଲୁକକୁ ତାଙ୍କ ଫ୍ୟାନ ବହୁ ମାତ୍ରାରେ ପସନ୍ଦ କରୁଛନ୍ତି। ଆଗାମୀ ଫିଲ୍ମ ଗୋଲ୍ଡରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏଥିରେ ସ୍ୱାଧୀନ ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ହକି ଖେଳାଳୀଙ୍କ ସଂଘର୍ଷ ଦେଖିବାକୁ ମିଳିବ। ଫିଲ୍ମର ଟ୍ରେଲରରେ ଦେଶ ପ୍ରେମର ଝଲକ ଦେଖିବାକୁ ମିଳିଛି। ଏଥିରେ ତାଙ୍କର ପ୍ରତ୍ୟେକ ଫିଲ୍ମ ଭଳି ବିଲକୁଲ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି ଖିଲାଡି କୁମାର ଅକ୍ଷୟ। ଅକ୍ଷୟଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି ଟେଲିଭିଜନ ଅଭିନେତ୍ରୀ ମୋନି ରୟ। ଏହି ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରୁଛନ୍ତି ମୋନି ରୟ। ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରିମା କାଗତୀ। ସ୍ୱାଧୀନତା ଦିବସ ଅବସରରେ ୧୫ ଅଗଷ୍ଟରେ ଫିଲ୍ମ ଗୋଲ୍ଡ ରିଲିଜ ହେବାକୁ ଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.