Below header

ଆଜି ମହିଳା ପ୍ରିମିୟର ଲିଗ୍ ଫାଇନାଲ; ପ୍ରଥମ ଟାଇଟଲ ଲକ୍ଷ୍ୟରେ ଦିଲ୍ଲୀ-ବେଙ୍ଗାଳୁରୁ

ଆଜି ଦିଲ୍ଲୀ କ୍ୟାପିଟାଲ୍ସ-ଆରସିବି ଫାଇନାଲ । ଦିଲ୍ଲୀ ଫିରୋଜଶାହା କୋଟଲା ଗ୍ରାଉଣ୍ଡରେ ଖେଳାଯିବ ମ୍ୟାଚ୍। ପ୍ରଥମ ଥର ପାଇଁ ଟାଇଟଲ ଜିତିବା ଲକ୍ଷ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ

ନୂଆଦିଲ୍ଲୀ : ଆଜି ଦିଲ୍ଲୀ କ୍ୟାପିଟାଲ୍ସ-ଆରସିବି ଫାଇନାଲ । ଦିଲ୍ଲୀ ଫିରୋଜଶାହା କୋଟଲା ଗ୍ରାଉଣ୍ଡରେ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ ମ୍ୟାଚ୍ । ପ୍ରଥମ ଥର ପାଇଁ ଟାଇଟଲ ଜିତିବା ଲକ୍ଷ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ମୁମ୍ବାଇ ଇଣ୍ଡିଆନ୍ସକୁ ଆରସିବି ରୋମାଞ୍ଚକ ଭାବେ ୫ ରନରେ ପରାସ୍ତ କରି ପ୍ରଥମ ଥର ପାଇଁ ଫାଇନାଲକୁ ଆସିଛି ।

ଗତବର୍ଷର ପ୍ରଥମ ସଂସ୍କରଣ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ନିକଟରୁ ହାରିଯାଇଥିବାରୁ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଏହି ମହିଳା ମୁକୁଟ ଜିତିବା ନେଇ ଆଶାବାଦୀ ରହିଛି। ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ଋତୁରେ କେବଳ ମୁମ୍ବାଇ ଇଣ୍ଡିଆନ୍ସ ଓ ୟୁପି ୱାରିୟର୍ଜଠାରୁ ପରାସ୍ତ ହୋଇଥିବାବେଳେ ଅନ୍ୟ ସମସ୍ତ ମ୍ୟାଚରେ ପ୍ରାୟ ପରଫେକ୍ଟ ଖେଳିଛି। ତେବେ ବାଙ୍ଗାଲୋର ବିପକ୍ଷରେ ଦିଲ୍ଲୀର ରେକର୍ଡ଼ ବହୁତ ଭଲ ରହିଛି । ଉଭୟଙ୍କ ମଧ୍ୟରେ ମୋଟ ୪ଟି ମ୍ୟାଚ୍ ଖେଳା ଯାଇଛି । ସବୁ ମ୍ୟାଚରେ ଜିତିଛି ଦିଲ୍ଲୀ । ଏଥର ଫାଇନାଲରେ ଯିଏ ଜିତିବ ସିଏ ହେବ ନୂଆ ଚାମ୍ପିଅନ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.