ଶିମଳିପାଳ ଅଭୟାରଣ୍ୟରେ ବଡ ଧରଣର ରେଡ୍, ୩ କୋଟି ୧୦ ଲକ୍ଷ ଟଙ୍କାର ଅଫିମ ଜବତ

ଶିମଳିପାଳ ଅଭୟାରଣ୍ୟରେ ବଡ ଧରଣର ରେଡ୍ । ଶିମିଳିପାଳ ଅଭୟାରଣ୍ୟରେ ଯଶୀପୁର ପୋଲିସ୍, ଅବକାରୀ ବନ ବିଭାଗ ଓ ଯଶିପୁର ତହସିଲଦାରଙ୍କ ମିଳିତ ଉଦ୍ୟମରେ ରେଡ୍ କରାଯାଇଛି । ଫୁଲବାଡି ଗାଁ ନିକଟରୁ ଦେଢ଼ ଲକ୍ଷ୍ୟରୁ ଉର୍ଦ୍ଧ୍ବ ଅଫିମ ଗଛ ଜବତ କରିବାରେ ସଫଳ ହୋଇଛି ଟିମ୍ ।

କରଞ୍ଜିଆ (କେନ୍ୟୁଜ): ଶିମଳିପାଳ ଅଭୟାରଣ୍ୟରେ ବଡ ଧରଣର ରେଡ୍ । ଶିମିଳିପାଳ ଅଭୟାରଣ୍ୟରେ ଯଶୀପୁର ପୋଲିସ୍, ଅବକାରୀ ବନ ବିଭାଗ ଓ ଯଶିପୁର ତହସିଲଦାରଙ୍କ ମିଳିତ ଉଦ୍ୟମରେ ରେଡ୍ କରାଯାଇଛି । ରେଡ୍ ବେଳେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଯୋଜଗଡା ଏବଂ ଫୁଲବାଡି ଗାଁ ନିକଟରୁ ଦେଢ଼ ଲକ୍ଷ୍ୟରୁ ଉର୍ଦ୍ଧ୍ବ ଅଫିମ ଗଛ ଜବତ କରିବାରେ ସଫଳ ହୋଇଛି ଟିମ୍ । ଜବତ ଅଫିମର ମୂଲ୍ୟ ୩ କୋଟି ୧୦ ଲକ୍ଷ୍ୟ ଟଙ୍କା ହେବା ନେଇ ସୂଚନା ମିଳିଛି ।

ପୂର୍ବରୁ ଦୁଇ ଥର ମିଳିତ ଭାବେ ଚଢ଼ାଉ କରି କୋଟି କୋଟି ଟଙ୍କାର ଅଫିମ ଚାଷ ନଷ୍ଟ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସମ୍ପୃକ୍ତ ଥିବା ଅଫିମ ଚାଷୀ କିମ୍ବା ମାଫିଆଙ୍କୁ ଧରିବାରେ ସଫଳ ହୋଇନି ପୋଲିସ୍ କିମ୍ବା ଅବକାରୀ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.