Below header

WTC 2021-2023 : ICC ଘୋଷଣା କଲା ଟୁର୍ଣ୍ଣାମେଣ୍ଟର ମ୍ୟାଚ୍‌ ତାଲିକା ଓ ନୂଆ ପଏଣ୍ଟ ପ୍ରକ୍ରିୟା

ନୂଆଦିଲ୍ଳୀ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୨୦୨୧-୨୩ ବିଶ୍ୱ ଟେଷ୍ଟ ଚମ୍ପିଅନସିପ(WTC) ପାଇଁ ନୂଆ ପଏଣ୍ଟ ପ୍ରକ୍ରିୟା ଓ ଖେଳ ତାଲିକା ଘୋଷଣା କରିଛି । ଗୋଟିଏ ମ୍ୟାଚ୍‌ ଜିତିବା ପାଇଁ ପ୍ରତ୍ୟେକ ଟିମ୍‌କୁ ୧୨ ପଏଣ୍ଟସ ହାସଲ କରିବାକୁ ହେବ । ସେହିପରି ଟାଏ ପାଇଁ ୬ ପଏଣ୍ଟ, ଡ୍ର ପାଇଁ ୪ ପଏଣ୍ଟ ଓ ହାରିବା ପାଇଁ ‘ଶୂନ’ ପଏଣ୍ଟ ହାସଲ କରିବାକୁ ପଡ଼ିବ ।

ଯଦି ଗୋଟିଏ ଦଳ ମ୍ୟାଚ୍‌ରେ ୧୦୦ ପ୍ରତିଶତ ପଏଣ୍ଟ ରଖେ ତାକୁ ବିଜୟ ଦଳ ଭାବେ ଘୋଷଣା କରାଯିବ । ସେହିପରି ଟାଏ ପାଇଁ ୫୦ ପ୍ରତିଶତ ପଏଣ୍ଟ ଏବଂ ଡ୍ର ପାଇଁ ୩୩.୩ ପ୍ରତିଶତ ପଏଣ୍ଟ ଦିଆଯିବ ବୋଲି ଆଇସିସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ବିଶ୍ୱ ଟେଷ୍ଟ ଚମ୍ପିଅନସିପର ପୂର୍ବ ମ୍ୟାଚ୍‌ରେ ପ୍ରତି ସିରିଜରେ ୫ ଟି ଟେଷ୍ଟ ମ୍ୟାଚ୍‌ ଖେଳା ଯାଉଥିବା ବେଳେ ସର୍ବାଧିକ ୧୨୦ ପଏଣ୍ଟ ରହିଥିଲା । ଏଥିରେ ବହୁ ଅସୁବିଧା ଦେଖାଯାଉଥିଲା । ଏହାକୁ ଅଧିକ ସରଳ କରିବା ପାଇଁ ଏପରି କରାଯାଇଛି ବୋଲି ଆଇସିସି ଏକ୍‌ଜ୍ୟୁକିଟିଭ ମୁଖ୍ୟ କହିଛନ୍ତି । କ୍ରିକେଟ କମିଟି ପ୍ରତ୍ୟେକ ମ୍ୟାଚ୍‌ ପାଇଁ ଏହି ନୂଆ ପଏଣ୍ଟ ପ୍ରକ୍ରିୟା ପ୍ରଚଳନ କ ରିବା ନେଇ ବିଚାର କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.