Below header

୨୦ ବର୍ଷ ପରେ ଘରକୁ ଫେରିଲା ପୁଅ, ପରିବାର ସମେତ ଗାଁରେ ଖୁସିର ଲହରି

ଜଳେଶ୍ବର(କେନ୍ଯୁଜ୍): ୨୦ ବର୍ଷ ପରେ ଘରକୁ ଫେରିଲା ପୁଅ । ଯାହାକୁ ନେଇ ପରିବାରରେ ଖୁସିର ଲହରୀ। ବାଲେଶ୍ଵର ଜଳେଶ୍ଵର ବ୍ଲକ ନାମ୍ପୋ ଗାଁର ସ୍ୱର୍ଗତ ବାଇଧର ମଣ୍ତଳଙ୍କ ପୁଅ ସମ୍ଭୁ, ଗତକାଲି ଘରକୁ ଫରିବା ପରେ ପରିବାର ସମେତ ଗାଁରେ ଖୁସିର ଲହରି ଖେଳିଯାଇଛି । ୨୦ ବର୍ଷ ପୂର୍ବେ ଓ ବାହାଘରର ୨ ବର୍ଷ ପରେ ଗର୍ଭବତୀ ସ୍ତ୍ରୀ ଏବଂ ବାପା ମାଙ୍କୁ ଛାଡି କେଉଁଆଡେ ପଳାଇ ଯାଇଥିଲେ ସମ୍ଭୁ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା ।

ପୁଅକୁ ଝୁରିଝୁରି ବାପାଙ୍କ ମୃତ୍ୟୁ ହେବା ପରେ ମା ଶାନ୍ତିଲତା, ବୋହୁ ଏବଂ ନାତୁଣୀ କୁ ଧରି ବହୁ ଦୁଖଃ କଷ୍ଟ ରେ ପରିବାର ଚଳାଉଥିଲେ । ଦୀର୍ଘ ବର୍ଷ ପରେ ସମ୍ଭୁକୁ ଦେଖି ପରିବାର ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଖୁସି ଖେଳିଯାଇଥିଲା। ରଥଯାତ୍ରା ଅବସରରେ ହଜି ଯାଇଥିବା ପୁଅ ଘରକୁ ଫେରିଥିବାରୁ ପ୍ରଭୁ ଜଗନ୍ନାଥ ତାଙ୍କ ଗୁହାରୀ ଶୁଣିଲେ ବୋଲି ମା ଶାନ୍ତିଲତା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.