ଖରାଦିନେ ବି ଧନିଆ ପତ୍ର ରହିବ ପୂରା ଫ୍ରେସ୍‌, ଆପଣାନ୍ତୁ ଏହି ଟିପ୍ସ

ଧନିଆ ପତ୍ରର ବାସ୍ନା ଏତେ ବଢ଼ିଆ ହୋଇଥାଏ ଯେ ଏହାକୁ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ପ୍ରାୟ ସମସ୍ତେ ବ୍ୟବହାର କରିଥାନ୍ତି। କେବଳ ସ୍ୱାଦ ବଢ଼ାଇବା ଲାଗି ନୁହେଁ, ଧନିଆର ଚଟଣୀ ଏକ ଭଲ ଆଇଟମ୍‌ ମଧ୍ୟ। ଶରୀର ପାଇଁ ମଧ୍ୟ ଏହା ବେଶ୍‌ ହିତକର ହୋଇଥାଏ। ଡାଇବେଟିସ୍‌ କଣ୍ଟ୍ରୋଲ କରିବା, ଆଖିର ଦୃଷ୍ଟି ଶକ୍ତି ବଢ଼ାଇବା ଓ ପାଚନ ଶକ୍ତିକୁ ତ୍ୱରାନ୍ଵିତ କରିବା ପାଇଁ ଧନିଆ ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ତେବେ ଶୀତଦିନରେ ଫ୍ରେସ୍‌ ଧନିଆ ମିଳୁଥିବା ବେଳେ ଖରାଦିନ ପାଇଁ ଏହାକୁ ସାଇତି ରଖିବାକୁ ପଡ଼େ। ଆଜି ଆସନ୍ତୁ ଜାଣିବା ଖରାଦିନେ ଧନିଆକୁ ଦୀର୍ଘ ଦିନ ପାଇଁ କେମିତି ରଖିବେ ଫ୍ରେସ୍‌…

  • ଧନିଆ ବିଡ଼ାକୁ ଚେର ସହ ଗୋଟେ ଗ୍ଲାସ ପାଣିରେ ବୁଡ଼ାଇ ରଖନ୍ତୁ। ଏହାକୁ ପବନ ଆତଯାତ ହେଉଥିବା ସ୍ଥାନରେ ରଖନ୍ତୁ। ଧନିଆ ସେମିତି ଫ୍ରେସ୍‌ ରହିଥିବ।
  • ଆପଣ ଧନିଆ ପତ୍ରର ମୂଳକୁ କାଟି ପ୍ଲାଷ୍ଟିକ୍‌ ଜରିରେ ବାନ୍ଧି ରଖିପାରିବେ।
  • ଓଦା କପଡ଼ାରେ ଗୁଡ଼ାଇ ଦୀର୍ଘ ସମୟ ଯାଏଁ ଧନିଆ ପତ୍ରକୁ ରଖିପାରିବେ।
  • ଧନିଆ ପତ୍ରକୁ ଏୟାର ଟାଇଟ୍‌ ଡବାରେ ବନ୍ଦ କରି ଫ୍ରିଜ୍‌ରେ ରଖିପାରିବେ।
  • ଆପଣ ଏହାକୁ ପେପରରେ ଗୁଡ଼ାଇ ମଧ୍ୟ ରଖିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.