Below header

ଦ୍ୱାରିକାଧୀଶ ମନ୍ଦିର ଉପରେ ବଜ୍ରପାତ, ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ହୋଇନି କିଛି ବି କ୍ଷତି; ଦେଖନ୍ତୁ ଭିଡିଓ

ଗୁଜରାଟର ଦ୍ୱାରିକାଧୀଶଙ୍କ ମନ୍ଦିରରେ ବଜ୍ରପାତ। କିନ୍ତୁ ସୌଭାଗ୍ୟବଶତଃ ମନ୍ଦିରର କୌଣସି କ୍ଷତି ହୋଇନାହିଁ। ମଙ୍ଗଳବାର ଦିନ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ ମନ୍ଦିର ଚୂଡ଼ାରେ ବଜ୍ରପାତ ପଡ଼ିଥିଲା କିନ୍ତୁ ଭଗବାନଙ୍କ କୃପାରୁ ମନ୍ଦିରର କିଛି କ୍ଷତି ହୋଇନାହିଁ। ତେବେ ଘଡ଼ଘଡ଼ି ପ୍ରଭାବରେ ମନ୍ଦିରର ୫୨ ଗଜ ଧ୍ୱଜାର ସାମାନ୍ୟ କ୍ଷତି ହୋଇଛି ଓ ମନ୍ଦିର କାନ୍ଥ କଳା ପଡ଼ିଯାଇଛି।

ଏହି ଘଟଣା ମଙ୍ଗଳବାର ଅପରାହ୍ନ ୨.୩୦ରେ ଘଟିଛି। ପତାକା ଉପରେ ବଜ୍ରପାତ ପଡ଼ିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। କୁହାଯାଉଛି ଯେ ଯଦି ମନ୍ଦିର ଆଖପାଖରେ ଏହି ଘଡ଼ଘଡ଼ି ପଡ଼ିଥାନ୍ତା, ତେବେ ବହୁ ଧନଜୀବନ ହାନି ହୋଇଥାନ୍ତା। କିନ୍ତୁ ଭଗବାନ ସବୁ ବିପଦକୁ ନିଜ ଉପରକୁ ନେଇଗଲେ ଓ କାହାର କିଛି ବି କ୍ଷତି ହେବାକୁ ଦେଲେ ନାହିଁ।

ଦେଖନ୍ତୁ ଭିଡିଓ:


ଦ୍ୱାରିକାଧୀଶ ମନ୍ଦିରରେ ବଜ୍ରପାତ ହେବା ଖବର ପାଇ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ମନ୍ଦିର ପ୍ରଶାସନଙ୍କ ସହ କଥାବାର୍ତ୍ତା ହୋଇ ମନ୍ଦିରର ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି। ତେବେ ମନ୍ଦିରର କିଛି କ୍ଷତି ହୋଇନଥିବା ବେଳେ କେବଳ ପତାକା ହିଁ ଚିରି ଯାଇଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.