ଜାଣନ୍ତିକି ଖୁବ ସହଜରେ ଏକଦମ ପ୍ରାକୃତିକ ଉପାୟରେ ଆପଣ ନିଜ ଧଳା କେଶକୁ କରିପାରିବେ କଳା

ଆଜିକା ସମୟରେ ମାନସିକ ଚାପ ଓ ଅନିୟମିତ ଜୀବନଚର୍ଯ୍ୟା କାରଣରୁ ଅଧିକାଂଶ ଜଣଙ୍କର ଅବେଳରୁ କେଶ ପାଚି ଯାଉଥିବା ନଜର ଆସୁଛି । ଆଉ ଏହି ଧଳା କେଶକୁ କଳା କରିବା ପାଇଁ ଲୋକେ ଏହା ପଛରେ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ବି ପଛାଉ ନାହାନ୍ତି । ଏମିତିକି ଏଥିପାଇଁ କେମିକାଲ୍ସ ମଧ୍ୟ ବ୍ୟବହାର କରିବାକୁ ପଡିଥାଏ । ଯଦିବା ଏହି କେମିକାଲ୍ସ ଗୁଡିକ ହଠାତ ଶରୀର ଉପରେ କୌଣସି ପ୍ରଭାବ ପକାନ୍ତି ନାହିଁ । କିନ୍ତୁ ସମୟ ସହିତ ଏହାର ପ୍ରତିକୂଳ ପ୍ରଭାବ ଗୁଡିକୁ ଅନୁଭବ କରିହୁଏ ।

ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ଟିପ୍ସ ନେଇ ଆସିଛୁ ଯାହା ସାହାଯ୍ୟରେ ଆପଣ ନିଜ ଧଳାକେଶ ଗୁଡିକୁ ପ୍ରାକୃତିକ ଉପାୟରେ କଳା କରିପାରିବେ । ଖାଲି ସେତିକି ନୁହେଁ ଏହି ସମସ୍ୟାରୁ ସବୁଦିନ ପାଇଁ ମୁକ୍ତି ବି ପାଇପାରିବେ । ତେବେ ଆସନ୍ତୁ ସେଉପରେ ଆଜି ଏକ ନଜର ପକାଇବା ।

୧. ଦହି:   

କେଶ ପାଇଁ ଦହି ଖୁବ ଲାଭଦାୟୀ । କିଛି ଟମାଟୋ ପେଷ୍ଟ ସହିତ ଦହିକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏଥିରେ କେଇ ବୁନ୍ଦା ଲେମ୍ବୁ ଓ ନୀଳଗିରି ତେଲ ମିଶାନ୍ତୁ । ଏସବୁକୁ ଭଲରେ ମିଶାଇ ସପ୍ତାହକୁ ଥରେ ଦୁଇଥର ମଥାରେ ମାଲିସ କରନ୍ତୁ । ଏହା କେଶକୁ କଳା କରିବା ସହିତ ମଜବୁତ ବି କରିବ ।

୨ . ଅଦା ଓ ମହୁ:

ଅଦାକୁ ଭଲ ଭାବରେ ବାଟି ମହୁ ସହ ମିଶାନ୍ତୁ । ଏହାକୁ ସପ୍ତାହକୁ ଅତି କମରେ ଦୁଇ ଥର ନିଜ କେଶରେ ଲଗାନ୍ତୁ । ଏମିତି କରିବା ଦ୍ୱାରା କେଶ କଳା ହେବା ବି କମ ହୋଇ ଯାଏ ।

grey hair

୩. ନଡ଼ିଆ ତେଲ ଓ କର୍ପୁର:

ନଡ଼ିଆ ତେଲ କିମ୍ବା ଅଲିଭ ତେଲକୁ ହାଲୁକା ଗରମ କରି ସେଥିରେ କିଛି କର୍ପୁର ମିଶାନ୍ତୁ । କର୍ପୁର ଭଲ ଭାବରେ ମିଶିଗଲେ କେଶମୂଳରେ ମାଲିସ କରନ୍ତୁ ।

୪. ଅଁଳାକୁ ଏମିତି କରନ୍ତୁ ବ୍ୟବହାର:

କେଶ ପାଇଁ ଅଁଳା ବରଦାନ ସଦୃଶ । ଏଥିପାଇଁ ଆପଣ କିଛି ଶୁଖିଲା ଅଁଳାକୁ ପାଣିରେ ଫୁଟାନ୍ତୁ । ସେବେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେପର୍ଯ୍ୟନ୍ତ ପାଣି ଫୁଟି ଫୁଟି ଅଧା ନ ହୋଇଯିବ । ଏବେ ସେଥିରେ ମେହେନ୍ଦି ଓ ଲେମ୍ବୁରସ ମିଶାଇ ନିଜ କେଶରେ ଲଗାନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.