ଜିଓର ସବୁଠାରୁ ଶସ୍ତା ଅଫର, ୧୧ ଟଙ୍କାରେ ମିଳିବ ୧ ଜିବି ଡାଟା

ରିଲାଏନ୍ସ ଜିଓ ପକ୍ଷରୁ ଅଲଗା ଅଲଗା ପ୍ଲାନ ଲଞ୍ଚ କରିଛି। ଜିଓ ପ୍ରତିଦିନ ୧ ଜିବି ଡାଟାରୁ ଆରମ୍ଭ କରି ୩ ଜିବି ଡାଟା ପର୍ଯ୍ଯନ୍ତ ପ୍ଲାନ ଯୋଗାଉଛି। ଜିଓର ଏମିତି କିଛି ପ୍ଲାନ ରହିଛି, ଯେଉଁଥିରେ କୌଣସି ଡେଲି ଲିମିଟ ନାହିଁ। ଆଜି ଆମେ ଆପଣଙ୍କୁ ଜିଓର ସବୁଠାରୁ ଶସ୍ତା ଏବଂ ଶାନଦାର ପ୍ଲାନ ବିଷୟରେ କହିବୁ, ଯେଉଁଠି ଆପଣଙ୍କୁ କମ୍ ପଇସାରେ ଏକ ଜିବି ଡାଟା ମିଳିବ ଆଉ ସବୁଠାରୁ ଖାସ୍ କଥା ହେଲା, ଏହି ଭାଉଚରର କୌଣସି ଅବଧି ନାହିଁ।

୧୧ ଟଙ୍କାରେ ଜିଓର ୪ଜି ଡାଟା : ରିଲାଏନ୍ସ ଜିଓ ଅନେକ ଡାଟା ଭାଉଚର ଲଞ୍ଚ କରିଛି। ଯଦି ଆପଣଙ୍କ ଡାଟା ଶେଷ ହୋଇଯାଏ, ତେବେ ଆପଣ ମାତ୍ର ୧୧ ଟଙ୍କା ଦେଇ ସବୁଠାରୁ ଶସ୍ତା ରିଚାର୍ଜ କରିପାରିବେ। ଏହି ପ୍ଲାନରେ କୌଣସି ଡେଲି ଲିମିଟ ନାହିଁ। ଏହି ଭାଇଚର ଆକ୍ଟିଭ ପ୍ଲାନର ଭ୍ଯାଲିଡିଟି ପର୍ଯ୍ଯନ୍ତ କାମ କରିବ।

୧୧ ଟଙ୍କା ଛଡା ଜିଓର ୨୧, ୫୧ ଏବଂ ୧୦୧ ଟଙ୍କାର ଭାଉଚର ଅଫର କରୁଛି। ୨୧ ଟଙ୍କାରେ ୨ ଜିବି ଡାଟା, ୫୧ ଟଙ୍କାରେ ୬ ଜିବି ଡାଟା ଏବଂ ୧୦୧ ଟଙ୍କାରେ ୧୨ ଜିବି ଡାଟା ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.