ଉତ୍ତର ପ୍ରଦେଶ ଗଂଜେଇ ମାଫିଆ ଧରାପଡ଼ିଲା ମୋହନାରୁ , ୧ କୋଟି ୭୬ ଲକ୍ଷ ଟଙ୍କାର ଗଂଜେଇ ଜବତ

ମୋହନା (କେନ୍ୟୁଜ୍‌) :  ଯେତେ ଜବତ ହେଲେ କି ଗିରଫ ହେଲେ ଥମୁନି ଗଂଜେଇ ଚୋରା ଚାଲାଣ । ଆଜି ପୁଣି ମୋହନା ପୋଲିସ ୧୪ କ୍ୱିଣ୍ଟାଲ ଗଂଜେଇ ଜବତ କରିବା ସହ ଗାଡ଼ି ଡ୍ରାଇଭରକୁ ଗିରଫ କରିଛି । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୭୬ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି ।

marijuna

ସୂଚନାନୁଯାୟୀ,ଗଜପତି ଜ଼ିଲ୍ଲା ମୋହନା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ କମଳାପୁର ନାକା ଗେଟ ଠାରୁ ଏକ କଣ୍ଟେନରରେ ୧୪ କୁଇଣ୍ଟାଲ ଗଂଜେଇ ଚାଲାଣ ହେଉଥିବା ଖବର ପାଇଥିଲା । ପୋଲିସ କଣ୍ଟେନରକୁ ଜବତ କରିବା ସହ ଗଞ୍ଜେଇ ଚାଲାଣ ଅଭିଯୋଗରେ ଉତ୍ତରପ୍ରଦେଶ ବୁଲନ୍ଦସହର ଭୀମପୁର ଗ୍ରାମର ଡ୍ରାଇଭର ସୁନୀଲ କୁମାରକୁ ଗିରଫ କରିଛି l

ଉକ୍ତ ଗଞ୍ଜେଇ କୋରାପୁଟ ରୁ ଦିଲ୍ଲୀ ଚାଲାଣ ହେଉଥିବା ପୋଲିସ ସୂଚନା ଦେଇଛି l ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି 76ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.