Below header

୪୦୪ ଜଣ ନିଖୋଜ ଶିଶୁ ଉଦ୍ଧାର,ଓଡ଼ିଶା ପୋଲିସର ସଫଳ ଅଭିଯାନ

ଭୁବନେଶ୍ୱର(କେନ୍ୟୁଜ୍‌) : ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ନିଖୋଜ ହୋଇଥିବା ୪୦୪ ଜଣ ଶିଶୁ ଉଦ୍ଧାର ହୋଇଛନ୍ତି । ଓଡ଼ିଶା ପୋଲିସ୍‌ ସ୍ପେଶାଲ୍‌ ଡ୍ରାଇଭରେ ଏହି ଶିଶୁମାନଙ୍କୁ ଉଦ୍ଧାର କରିଛି ।

ଉଦ୍ଧାର ହୋଇଥିବା ଶିଶୁଙ୍କ ମଧ୍ୟରେ ୩୨୨ ଜଣ ବାଳିକା ଓ ୮୨ ଜଣ ବାଳକ ରହିଛନ୍ତି । ଓଡ଼ିଶା ପୋଲିସର ଏହି ଅଭିଯାନ ଗତ ୨୮ ତାରିଖରୁ ଆରମ୍ଭ ହୋଇଥିଲା । ମାତ୍ର ୧୦ ଦିନ ମଧ୍ୟରେ ପୋଲିସ ଅଧିକାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ଏହା ସମ୍ଭବ ହୋଇ ପାରିଛି ବୋଲି ଡିଜି ଅଭୟ କହିଛନ୍ତି । ପୋଲିସ ଅଧିକାରୀଙ୍କ ଏହି ଅକ୍ଲାନ୍ତ ପରିଶ୍ରମ ପାଇଁ ଡିଜି ଅଭୟ ସମସ୍ତ ପୋଲିସ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.