ଖୋର୍ଦ୍ଧା ଟାଙ୍ଗୀ ତହସିଲ ଅଫିସ୍‌ ସାମନାରେ ବୃଦ୍ଧ ବସିଥିଲେ ପେଟ୍ରୋଲ ବୋତଲ ଧରି

ଟାଙ୍ଗୀ (କେ ନ୍ୟୁଜ୍‌) : ଖୋର୍ଦ୍ଧା ଟାଙ୍ଗୀ ତହସିଲ ଅଫିସ୍‌ ସାମନାରେ ଜଣେ ବୃଦ୍ଧ ବସିଥିଲେ । ମୁଣ୍ଡ ଚୁଟି ପାଚି ପୂରା ଝୋଟ । ପାଖରେ ଏକ କୋଲଡ୍‌ ଡ୍ରିଙ୍କସ ବୋତଲଟିଏ ରହିଥିଲା । ତେବେ ସେଥିରେ କିଛି ପାନୀୟ ନଥିଲା । ଥିଲା ପେଟ୍ରୋଲ । ଭୀଷଣ ଅସନ୍ତୋଷରୁ ପ୍ରତିବାଦ କରିଥିଲେ ଏବଂ ଏବେ ଦେଉଥିଲେ ଆତ୍ମାହୁତି ଧମକ ।

ANANDA

ଗତ ୮ମାସ ହେଲା ମାଙ୍କଡା ପଥର ଖଣି ଲିଜ୍ ନେଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତହସିଲ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ କେ. ଫର୍ମ ନଦେଇ ହଇରାଣ କରାଯାଉଥିବା ସେ ଅଭିଯୋଗ କରିଥିଲେ । ଅନ୍ୟ ଉପାୟ ନପାଇ ଶେଷରେ ବୃଦ୍ଧ ଜଣକ ଏଭଳି ପ୍ରତିବାଦ କରିଥିଲେ ।
ଖୋରଧା ଜିଲା ଟାଙ୍ଗୀ ତହସିଲର ରାମେଶ୍ୱର ମୌଜାରେ ଥିବା ଏକ ମାଙ୍କଡା ପଥର ଖଣି ଲିଜ ପ୍ରକ୍ରିୟାରେ ଭାଗ ନେଇଥିଲେ ବୃଦ୍ଧ ଆନନ୍ଦ ପ୍ରଧାନ ।

ସରକାରୀ ନିଲାମ ଅନୁଯାୟୀ ୫ ବର୍ଷ ପାଇଁ ୩୫ ଲକ୍ଷରୁ ଅଧିକ ଟଙ୍କାରେ ଲିଜ୍ ପାଇଥିଲେ ଏହି ପଥର ଖଣି। କିନ୍ତୁ ଦୀର୍ଘ ୮ମାସ ବିତିଗଲାଣି ଲିଜ୍ ନେବାର । ହେଲେ ବିଭିନ୍ନ ଆଳ ଦେଖାଇ ଟାଙ୍ଗୀ ତହସିଲ କାର୍ଯ୍ୟାଳୟ ପକ୍ଷରୁ ନିଲାମଧାରୀଙ୍କୁ କେ. ଫର୍ମ ଯୋଗାଇ ଦିଆଯାଇନଥିଲା । ବାରମ୍ବାର ଗୁହାରୀ ପରେ କୌଣସି ସୁଫଳ ନମିଳିବାରୁ ଆନନ୍ଦ ଆଜି ଟାଙ୍ଗୀ ତହସିଲଦାରଙ୍କ ପ୍ରକୋଷ୍ଠ ସମ୍ମୁଖରେ ପେଟ୍ରୋଲ ବୋତଲ ଧରି ଆତ୍ମହୁତି ଧମକ ଦେଇଥିଲେ । ଖବର ପାଇ ସଙ୍ଗେ ସଙ୍ଗେ ତହସିଲଦାର ଆସି ବୁଝାଶୁଝା କରିଥିଲେ ।

ଏ ନେଇ ତହସିଲଦାର କିଶୋର ମିଶ୍ର କହିଛନ୍ତି ଯେ ଘଟଣାଟି ସତ କିନ୍ତୁ କିଛି କାଗଜପତ୍ର କାମ ବାକି ଥିବାରୁ ବିଳମ୍ବ ହୋଇଛି । ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି ସେ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.