Below header

ଅଭି ତୋ ପାର୍ଟି ସୁରୁ ହୁଇ ହେ…ତୁମେ ତ ଭାଗ୍ୟବାନ ପିଲାରେ, ଆଉ କେ ତୁମ ପରି ଥିଲାରେ ?

ଆଠଗଡ : କେତେବେଳେ ନଦୀରେ ବୁଡି କଲେଜ ଛାତ୍ରଙ୍କ ମୃତ୍ୟୁ ତ କେତେବେଳେ ନଦୀରେ ଭାସିଗଲେଣି କଲେଜ ଛାତ୍ରୀ । ଅସାବଧନତା ଯୋଗୁଁ ଏଭଳି ଘଟଣା ସବୁବେଳେ ଘଟି ଚାଲିଛି । ତେବେ ଏଥିପାଇଁ କେବେ ଅଭିଭାବକଙ୍କୁ ଦାୟୀ କରାଯାଉଛି ତ ଆଉ କେବେ ଶିକ୍ଷକମାନଙ୍କୁ । ହେଲେ ଏସବୁ ଭିତରେ ଯେ ଅଧିକାଂଶ ଘଟଣା ଛାତ୍ର ଛାତ୍ରୀମାନଙ୍କ ଉଶୃଙ୍ଖଳ ଆଚରଣ ଯୋଗୁଁ ଘଟିଥାଏ ସେ କଥାକୁ ଏଡ଼ାଇ ହେବ ନାହିଁ । ଆଜି ଏଭଳି ଏକ ଘଟଣା ଆମ କ୍ୟାମରା ସାମନାକୁ ଆସିଥିଲା ତାହା ନୂଆ ନୁହେଁ କି ପ୍ରଥମ ବି ନୁହେଁ । ହେଲେ ଘଟଣାକୁ ଦେଖି ଆମେ କେବଳ ସମସ୍ତଙ୍କୁ ସଚେତନ କରିବା ପାଇଁ ଖବରଟି ପ୍ରକାଶ କରୁଛୁ ।

BEER PARTY-3

କିଛି ପାଠ ପଢୁଆ ଛାତ୍ର ଛାତ୍ରୀଙ୍କୁ ଆମେ ଦେଖିଲୁ ମହାନଦୀ କୂଳରେ ବସି ମଉଜ କରିବାର । ଆଠଗଡ ଥାନା ରାଉତରାପୁର ଚମ୍ପାଦେଇ ମନ୍ଦିର ପାଖ ମହାନଦୀ କୂଳର ଏମାନେ ବସିଥିଲେ । ପାଦ ପାଣିରେ ବୁଡ଼ିଥିଲା ଏବଂ ବେଶ୍‌ ଗପସପ ଜମିଥିଲା । ଆଉ ପାଖରେ ରଖା ଯାଇଥିଲା ଗୋଟିଏ ପେଟିରେ ବିୟର ବୋତଲ ସବୁ । ଦିରେ ଚାଲିଥିଲା ଖୁଲ୍ଲମ ଖୁଲ୍ଲା ମଦ ପିଆ । କାହାକୁ ଖାତିର ନଥିଲା କି ଭୟବି ନଥିଲା । ଉଭୟ ପିଲାଙ୍କ ହାତରେ ଥିଲା ବିୟର ବୋତଲ ।

BEER PARTY-2ଏହି ଅଞ୍ଚଳଟି ନିଛାଟିଆ ହୋଇଥିବାରୁ ଏଠାରେ ରାହାଜାନି, ଚୋରି ଅନେକ ଅଘଟଣ ଘଟିବାର ଦେଖା ଯାଇଛି । ଅସାବଧାନ ହେଲେ ପାଣିର ସ୍ରୋତ ବି ଟାଣି ନେଇ ପାରେ । ତଥାପି ଏମାନଙ୍କ ମନରେ ଭୟ ନାହିଁ । ବାପା ମାଆ ପାଠ ପଢ଼ିବାକୁ ପଠାଇଛନ୍ତି । ପାଠ ପଢ଼ି ବଡ଼ ମଣିଷ ହେବେ, ଚାକିରି କରିବେ । ହେଲେ ଏଠି ଯେଉଁ କାରନାମା ଚାଲିଛି ତାକୁ କଣ କହିବେ ? ସେମାନେ ଯଦି ଏକଥା ଆଖିରେ ଦେଖିବେ କେତେ ଆଘାତ ଲାଗିବ ତାଙ୍କୁ ? ପାଠ ପଢ଼ା ବେଳେ ମଉଜମସ୍ତି କରିବା କିଛି ଭୁଲ ନୁହେଁ ହେଲେ ବିୟର ପାର୍ଟି ?

ଆମେ ଅନୁରୋଧ କରୁଛୁ ସ୍ଥାନୀୟ ପୋଲିସ୍‌ ଅଧିକାରୀଙ୍କୁ ସେମାନେ ଏସବୁ ପ୍ରତି ନଜର ଦିଅନ୍ତୁ । କାରଣ ଏ ପିଲାଙ୍କ ଭିତରେ ଆମରି କାହାର ପୁଅ କିମ୍ବା ଝିଅ ଥିବେ । ସେମାନଙ୍କୁ ଅବାଟରୁ ବାଟକୁ ଆଣିବା ଆମରି ଦାୟିତ୍ୱ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.