Below header

ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ୧୦ଟି ଗେଟ୍‌

ସମ୍ବଲପୁର(କେନ୍ୟୁଜ୍) : ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ୧୦ଟି ଗେଟ୍‌। ବର୍ତ୍ତମାନ ୪ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି। ମହାନଦୀ ଉପରମୁଣ୍ଡରେ ବର୍ଷାର ପରିମାଣ କମିଥିବାରୁ ୧୦ଟି ଗେଟ୍‌ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ଗେଟ୍‌ ବନ୍ଦ କରାଯାଇଛି। ସୂଚନା ଅନୁସାରେ ଏବେ ହୀରାକୁଦର ଜଳସ୍ତର ରହିଛି ୬୧୯.୩୫ ଫୁଟ । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ପ୍ରବେଶ କରୁଛି ୮୨ହଜାର ୪୦୦ କ୍ୟୁସେକ୍‌ ଜଳ। ନିଷ୍କାସିତ ହେଉଛି ୮୩ହଜାର ୪୩୪ କ୍ୟୁସେକ୍‌ ଜଳ। ହୀରାକୁଦ ଜଳଭଣ୍ଡାରର ଜଳଧାରଣା କ୍ଷମତା ରହିଛି ୬୩୦ ଘନଫୁଟ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.