ଉମରକୋଟ : ଗାଁକୁ ରାସ୍ତା ନଥିବାରୁ ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ

ନବରଙ୍ଗପୁର(କେନ୍ୟୁଜ୍): ଖଟିଆ ଅମ୍ବୁଲାନ୍‌ସ । ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ । ନବରଙ୍ଗପୁର ଉମରକୋଟ ବ୍ଲକ କୁର୍ସି ପଞ୍ଚାୟତ ମେଥେସାହି ଗାଁର ବୁଦୋନ୍ତି ସନ୍ତାଙ୍କର ପ୍ରସବ ବେଦନା ହୋଇଥିଲା । ପରିବାରଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ହେଲେ ରାସ୍ତା ଖରାପ ଯୋଗୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ଫଳରେ ପରିବାରଲୋକେ ଗାଁଲୋକଙ୍କ ସାହାଯ୍ୟରେ ଖଟିଆକୁ ଆମ୍ବୁଲାନ୍ସ କରି ୨ କିଲୋମିଟର କାଦୁଅ ରାସ୍ତାରେ ବୋହି ନେଇଥିଲେ । ଅନ୍ଧାର ଥିବାରୁ ଟାୟାର ଜାଳି ଲୋକେ ତାଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ । ସେଠାରୁ ଉମରକୋଟ ମେଡିକାଲକୁ ନିଆଯାଇଥିଲା । ସେଠାରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଉଭୟ ମାଆ ଓ ଶିଶୁ ସୁସ୍ଥ ଅଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.