ଅପକମିଂ ମୁଭି ମିଷ୍ଟର କହ୍ନେୟାକୁ ନେଇ ତେଜୁଛି ବିବାଦ, ମହିଳା ଥାନା ପୋଲିସ ପକ୍ଷରୁ ପ୍ରଡକ୍ସନ ୟୁନିଟକୁ ନୋଟିସ୍‌

ଭୁବନେଶ୍ବର(କେନ୍ୟୁଜ୍): ଅପକମିଂ ମୁଭି ମିଷ୍ଟର କହ୍ନେୟାକୁ ନେଇ ତେଜୁଛି ବିବାଦ । ମହିଳା ଥାନା ପୋଲିସ ପକ୍ଷରୁ ‘ମିଷ୍ଟର କହ୍ନେୟା’ ପ୍ରଡକ୍ସନ ୟୁନିଟକୁ ନୋଟିସ୍‌ କରାଯାଇଛି। ଚଳଚ୍ଚିତ୍ର ପ୍ରଯୋଜକ ଥାନାରେ ହାଜର ହୋଇ ପକ୍ଷ ରଖିବାକୁ ନୋଟିସରେ ଉଲ୍ଲେଖ କରାଯାଇଛି। ପୋଷ୍ଟରରେ ୭ ଜଣ ଝିଅ ତଳେ ଆଣ୍ଠେଇ ବସିଛନ୍ତି । ସେମାନଙ୍କଠାରେ ଲାଗିଥିବା ରଶିକୁ ଧରି ରଥର ସାରଥୀ ଷ୍ଟାଇଲରେ ଛିଡା ହୋଇଛନ୍ତି ପପୁ । ନାରୀ ଜାତି ପ୍ରତି ଏହା ଅପମାନ ବୋଲି କୁହାଯାଇଛି । ଆସନ୍ତା ଗଣେଶ ପୂଜାରେ ପପୁଙ୍କ ଅଭିନୀତ ଫିଲ୍ମ ‘ମିଷ୍ଟର କହ୍ନେୟା’ ରିଲିଜ ହେବ । ଫିଲ୍ମରେ ପପୁଙ୍କ ସହ ଲିଡ ରୋଲରେ ଅଛନ୍ତି ଝିଲିକ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ ।

ଅପରପକ୍ଷେ ଏହି ବିବାଦୀୟ ପୋଷ୍ଟରକୁ ନେଇ ସୋସିଆଲ ମିଡିଆରେ ଅଡିଓ ସାମନାକୁ ଆସିଛି । ଏହି ଅଡିଓ ଯଦି ପପୁ ପମମମଙ୍କର ହୋଇଥିବ ତେବେ ଏହା ସାଂଘାତିକ ହୋଇପାରେ । ଅଡିଓରେ ଅନ୍ତର୍ଜାତୀୟ ଧାବିକା ଦୁତି ଚାନ୍ଦଙ୍କ ମାନହାନି କଲାଭଳି ମନ୍ତବ୍ୟ ଦିଆଯାଇଛି । ସେହିପରି ଓଡିଆ ଫିଲ୍ମ ଶଲା ବୁଢାକୁ ନେଇ ବିବାଦୀୟ ମନ୍ତବ୍ୟ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.