Below header

ପାଗଳ କାମୁଡ଼ା କୁକୁର କାମୁଡ଼ାରେ ୧୧ ଆହତ: ମେଡିକାଲରେ ଭର୍ତ୍ତି

ବଣାଇରେ ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛି ପାଗଳ କୁକୁର । ରଥଚକ ବଜାର ଦାଣ୍ଡରେ ପାଗଳ କୁକୁରର ଆତଙ୍କ ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ୧୦ ଜଣ ଲୋକ ଏହି ପାଗଳ କୁକୁର କାମୁଡ଼ାରେ ଆହତ ହୋଇଛନ୍ତି । ତେବେ ସମସ୍ତଙ୍କୁ ଉଦ୍ଧାର କରି ବଣାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ବଣାଇ (କେନ୍ୟୁଜ): ବଣାଇରେ ଘାରିଛି ପାଗଳ କାମୁଡ଼ା କୁକୁର ଭୟ । ପିଲାଠୁ ନେଇ ବୟସ୍କ, ରାସ୍ତାରେ ଯା’ ଆସ କଲାବେଳେ କୁକୁର କାମୁଡ଼ା ଓ ଆକ୍ରମଣର ଶିକାର ହେଉଛନ୍ତି । ରଥଚକ ବଜାର ଦାଣ୍ଡରେ ପାଗଳ କୁକୁରର ଆତଙ୍କ ଦେଖିବାକୁ ମିଳିଛି । ଏଠାରେ ପ୍ରାୟ ସବୁ ଅଞ୍ଚଳରେ ଲୋକେ ବୁଲା କୁକୁରକୁ ନେଇ ଅତିଷ୍ଠ ହୋଇପଡିଛନ୍ତି । ରାତି କଥା ତ ଛାଡ଼ନ୍ତୁ, ଦିନରେ ବି କୁକୁର କାମୁଡୁଥିବା ଅଭିଯୋଗ ହେଉଛି । ବିଶେଷ ଭାବେ ଗାଡ଼ିରେ ଯିବା ଆସିବା କଲା ବେଳେ କୁକୁର ଆକ୍ରମଣର ଶିକାର ହୋଇ ଦୁର୍ଘଟଣା ଘଟୁଥିବା ନଜରକୁ ଆସୁଛି ।

ବର୍ତ୍ତମାନ ସୁଦ୍ଧା ୧୧  ଜଣ ଲୋକ ଏହି ପାଗଳ କୁକୁର କାମୁଡ଼ାରେ ଆହତ ହୋଇଛନ୍ତି  । ତେବେ ସମସ୍ତଙ୍କୁ ଉଦ୍ଧାର କରି ବଣାଇ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ସମସ୍ତେ ଚିକିତ୍ସାଧୀନ ରହିଛନ୍ତି । ସେପଟେ ବନ ବିଭାଗକୁ ପାଗଳ କୁକୁର ସମ୍ପର୍କରେ ଖବର ମିଳିବା ପରେ ଏହାକୁ ଆୟତ୍ତ କରିବା ପାଇଁ ବିଭାଗ ତରଫରୁ ଚେଷ୍ଟା ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.