ସବୁଠାରୁ ଲମ୍ବା ଦୋସା ପ୍ରସ୍ତୁତ କରି ହାସଲ କଲେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ

ବେଙ୍ଗାଲୁରୁରେ ଥିବା MTR ଫୁଡ୍ସ ନିକଟରେ ଏହାର ୧୦୦ ବର୍ଷର ଯାତ୍ରାର ଉତ୍ସବକୁ ପାଳନ କରିବା ପାଇଁ କିଛି ଭିନ୍ନ କରିବାକୁ ଚାହୁଁଥିଲା । ଲୋରମନ କିଚେନ୍‌ ଇକ୍ୱିପମେଣ୍ଟ ସହିତ ମିଳିତ ସହଯୋଗରେ MTR ସବୁଠାରୁ ବଡ଼ ଦୋସା ପ୍ରସ୍ତୁତ କରିଛି ।

ଭାରତରେ ଦୋସାର ଚାହିଦା ଭିନ୍ନ । ଏହା ଏମିତି ଏକ ଖାଦ୍ୟ ଯାହା ବିଶ୍ୱର ସମସ୍ତ ଲୋକଙ୍କୁ ଆକର୍ଷିତ କରିଥାଏ । ଦୋସା ଦେଖିବା ପରେ ଲୋକଙ୍କ ପାଟିରୁ ଲାଳ ଆସିଯାଏ । ଏହି ଦୋସା ସମସ୍ତଙ୍କ ପାଇଁ ହେଲଦି ଏବଂ ସ୍ୱାଦିଷ୍ଟ ଥାଏ । ତେବେ ଦକ୍ଷିଣ ଭାରତର ଲୋକପ୍ରିୟ ଥିବା ଏହି ଖାଦ୍ୟ ଏବେ ଭାରତର କୋଣ ଅନୁକୋଣରେ ନିଜ ଚାହିଦାକୁ ବିସ୍ତାର କରିଛି । ପେପର ଦୋସାରୁ ଆରମ୍ଭ କରି ପନୀର ଦୋସା ପର୍ଯ୍ୟନ୍ତ ଲୋକମାନେ ଦୋସାରେ ଏତେ ଅଧିକ ଏକ୍ସପେରିମେଣ୍ଟ କରିଛନ୍ତି ଯେ, ବର୍ତ୍ତମାନ ଦୋସାର ୧୦୦ରୁ ଅଧିକ ଭେରାଇଟି ଥିବା ଦେଖିବାକୁ ମିଳୁଛି ।

ତେବେ ନିକଟରେ ଏହି ଦୋସା ନିଜ ନାଁରେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ ହାସଲ କରିଛି । ବେଙ୍ଗାଲୁରୁରେ ଥିବା MTR ଫୁଡ୍ସ ନିକଟରେ ଏହାର ୧୦୦ ବର୍ଷର ଯାତ୍ରାର ଉତ୍ସବକୁ ପାଳନ କରିବା ପାଇଁ କିଛି ଭିନ୍ନ କରିବାକୁ ଚାହୁଁଥିଲା । ଲୋରମନ କିଚେନ୍‌ ଇକ୍ୱିପମେଣ୍ଟ ସହିତ ମିଳିତ ସହଯୋଗରେ MTR ସବୁଠାରୁ ବଡ଼ ଦୋସା ପ୍ରସ୍ତୁତ କରିଛି । ଯେଉଁଥି ପାଇଁ ଏହି ଗ୍ରୁପ୍‌ ନୂଆ ଗିନିଜ୍ ୱାର୍ଲ୍ଡ ରେକର୍ଡର ଟାଇଟଲ୍ ହାସଲ କରିଛି । ୭୫ ଜଣ ସେଫଙ୍କ ଏକ ଟିମ୍‌ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ଦୋସାର ଲମ୍ବ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ଏହା ପୂର୍ବରୁ ୫୪ ଫୁଟରୁ ଦୋସା ପ୍ରସ୍ତୁତ କରାଯାଇଥିଲା, ଯାହା ରେକର୍ଡ ଭାଙ୍ଗିଥିଲା ।

ସେଫ ରେଗୀ ମେଥ୍ୟୁ ମୁଖ୍ୟ ସେଫ ଭାବେ ଏହି ଦୋସା କରିବା ପାଇଁ ପରିଚାଳନା କରିଥିଲେ । ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଭିଡିଓକୁ ସେୟାର କରିଛନ୍ତି । ୧୦୦ ବର୍ଷ ଶେଷ କରିବା ଖୁସିରେ ସେ ଓ ତାଙ୍କ ଟିମ୍‌ ଏହି ୧୨୩ ଫୁଟ ଲମ୍ବର ଦୋସା ପ୍ରସ୍ତୁତ କରିଛନ୍ତି । ଯାହା ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ୧୫ ମାର୍ଚ୍ଚ ୨୦୨୪ରେ ବେଙ୍ଗାଲୁରୁ ସହରରେ ଥିବା ଏମଟିଆର ଫ୍ୟାକ୍ଟ୍ରିରେ ଏହି ଦୋସାକୁ ପ୍ରସ୍ତୁତ କରାଯାଇଥିଲା ।

ଏହି ଦୋସା ପ୍ରସ୍ତୁତ କରିବା ପାଇଁ ଏକ ମାସ ପୂର୍ବରୁ ହିଁ ପ୍ଲାନ୍‌ କରାଯାଇଥିଲା । ଏହି ଦୋସା ପ୍ରସ୍ତୁତ କରିବା ପାଇଁ ଖାଦ୍ୟ ବିଶେଷଜ୍ଞ ଏବଂ ଅନେକ କର୍ମଚାରୀ ସାମିଲ ଥିଲେ । ଦୋସା ପ୍ରସ୍ତୁତ କରିବା ପୂର୍ବରୁ ସମସ୍ତ କର୍ମଚାରୀମାନେ ପାଖାପାଖି ୧୧୦ ଥର ଅସଫଳ ଚେଷ୍ଟା କରିଥିଲେ । ରେକର୍ଡ ହେବା ପରେ ଏହି ଦୋସାକୁ ଏମଟିଆର କର୍ମଚାରୀଙ୍କ ସହିତ ସ୍ଥାନୀୟ ସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଣ୍ଟା ଯାଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.