ମୋଦି କ୍ୟାବିନେଟରୁ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ପଶୁପତି ପାରସ, କହିଲେ ଆମ ସହିତ ଅନ୍ୟାୟ ହୋଇଛି

ପଶୁପତି ପାରସଙ୍କୁ ଏଲଜେପିକୁ ଟିକେଟ ନଦେଇ ଚିରାଗ ପାଶୱାନଙ୍କ ନେତୃତ୍ବାଧୀନ ଲଜେପିକୁ ୫ଟି ଲୋକସଭା ସିଟ୍ ଦେଇଛି ଏନଡିଏ । ଏହାକୁ ଅନ୍ୟାୟ ବୋଲି କହିଛନ୍ତି ପଶୁପତି । ଏହା ସତ୍ତ୍ବେତାଙ୍କ ଦଳକୁ ଟିକେଟ ମିଳିନାହିଁ ବୋଲି କହିଛନ୍ତି ପଶୁପତି । ପ୍ରତିକ୍ରିୟା ସ୍ବରୂପ କେନ୍ଦ୍ର ମନ୍ତ୍ରୀପଦରୁ ସେ ଇସ୍ତଫା ଦେଇଛନ୍ତି ।

କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଶୁପତି ପାରସ । ପଶୁପତି ପାରସଙ୍କ ନେତୃତ୍ବାଧୀନ ଏଲଜେପିକୁ ଟିକେଟ ନମିଳିବାରୁ ସେ କେନ୍ଦ୍ର ମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେଇଛନ୍ତି । ଗତକାଲି ବିହାରରେ ଏନଡିଏର ଆସନ ବୁଝାମଣା ଘୋଷଣା ହୋଇଛି ।

ପଶୁପତି ପାରସଙ୍କୁ ଏଲଜେପିକୁ ଟିକେଟ ନଦେଇ ଚିରାଗ ପାଶୱାନଙ୍କ ନେତୃତ୍ବାଧୀନ ଲଜେପିକୁ ୫ଟି ଲୋକସଭା ସିଟ୍ ଦେଇଛି ଏନଡିଏ । ଏହାକୁ ଅନ୍ୟାୟ ବୋଲି କହିଛନ୍ତି ପଶୁପତି । ତାଙ୍କ ଦଳର ୫ ଜଣ ସାଂସଦ ଥିବା ବେଳେ ସେ ମନ୍ତ୍ରିମଣ୍ଡଳରେ କର୍ତ୍ତବ୍ୟ ପରାୟଣତା ଦେଖାଇଛନ୍ତି । ଏହା ସତ୍ତ୍ବେତାଙ୍କ ଦଳକୁ ଟିକେଟ ମିଳିନାହିଁ ବୋଲି କହିଛନ୍ତି ପଶୁପତି । ପ୍ରତିକ୍ରିୟା ସ୍ବରୂପ କେନ୍ଦ୍ର ମନ୍ତ୍ରୀପଦରୁ ସେ ଇସ୍ତଫା ଦେଇଛନ୍ତି । ରାମ ବିଳାସ ପାଶୱାନଙ୍କ ମୃତ୍ୟୁ ପରେ ଏଜେପି ଦୁଇ ଭାଗ ହୋଇଥିଲା । ତାଙ୍କ ଭାଇ ପଶୁପତି ପାରସ ଓ ପୁଅ ଚିରାଗ ପାଶ୍ବାନ ଅଲଗା ଅଲଗା ଦଳ ଗଠନ କରିଥିଲେ ।

ପଶୁପତି ପାରସ ହାଜିପୁର ସିଟ ମାଗିଛନ୍ତି । ଏହି ସିଟ ଚିରାଗ ପାସବାନ ମଧ୍ୟ ମାଗିଛନ୍ତି । ହାଜିପୁର ସେହି ସମାନ ସିଟ ଯେଉଁଠାରୁ ଚିରାଗଙ୍କ ପିତା ରାମ ଭିଳାସ ପାସୱାନ ୯ ଥର ଲୋକସଭା ସାଂସଦ ହୋଇଥିଲେ । ୨୦୧୯ରେ ପଶୁପତି ପାରସ ପ୍ରଥମ ଥର ପାଇଁ ନିର୍ବାଚନ ଜିତି ଲୋକସଭାରେ ପହଞ୍ଚିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.