ଦିନେ ମିଛି ମିଛିକା ନାଟକ କରୁଥିଲେ, କିନ୍ତୁ ଆଜି ସେ ସତ ସତିକା ନାଟ୍ୟ ନିର୍ଦ୍ଦେଶକ

ପେଶା ତାଙ୍କର ଫଟୋ ବାଇଡିଙ୍ଗ କରିବା । ହେଲେ ନିଶା ତାଙ୍କର ହେଉଛି ନାଟ୍ୟ ନିର୍ଦ୍ଦେଶନା ଦେବା । ତେବେ ଆଜି ଯାଏ ସେ ଦେଇ ସାରଲେଣି ୪୦୦ରୁ ଊର୍ଦ୍ଧ୍ଵ ନାଟକରେ ନିର୍ଦେଶନା ।

କଟକ(କେନ୍ୟୁଜ): ନିଶା ଓ ପେଷା ପରସ୍ପର ପରିପୂରକ । ବୟସ ବଢିବା ସହ ମଣିଷ ଧିରେ ଧିରେ ତାର ପେଷାକୁ ଆଦରି ନେଇଥାଏ ଆଉ ତା ନିଶାକୁ ପାଶୋରୀ ଯାଇଥାଏ। କିନ୍ତୁ ବେଳେବେଳେ ମଣିଷ ଏମିତି ଏକ ସମୟରେ ପହଁଚିଥାଏ ଯେତେବେଳେ ତାକୁ ତାର ନିଶା ହିଁ ସାରା ଦୁନିଆ ଆଗରେ ପରିଚିତ କରାଏ ।

ତେବେ ଜଣେ କଳାକାର ହିଁ ଜାଣେ କଳାରେ ମହତ୍ୱ । ଜଣେ କଳାକାର ହିଁ ଜାଣେ କଳାରେ ବୁଡି ରହିବାର ମଜ୍ଜା । ପେଟ ପୋଷିବାକୁ ପ୍ରତ୍ୟେକ ଦିନ ଆମ ସମସ୍ତଙ୍କୁ କରିବାକୁ ପଡିଥାଏ ସଂଘର୍ଷ । ହେଲେ ଏମିତି ଜଣେ କଳାକାରଙ୍କ ବିଷୟରେ ଆଜି ଜାଣିବା ଯାହାଙ୍କ ନିଶା ହେଉଛି ନାଟ୍ୟ ନିର୍ଦ୍ଦେଶନା ଦେବା ।

ଜୀବନର ସଂଘର୍ଷକୁ ଏଡାଇ ଆଜି ସେ ଜଣେ ସୁନାମଧନ୍ୟ ନାଟ୍ୟ ନିର୍ଦ୍ଦେଶକ ହୋଇପାରିଛନ୍ତି । ପେଶା ତାଙ୍କର ଫଟୋ ବାଇଡିଙ୍ଗ କରିବା । ଦୋକାନଟିଏ କରି ସେ ସବୁବେଳେ ଫଟୋ ବାଇଡିଙ୍ଗ କରିଥାନ୍ତି । ହେଲେ ନିଶା ତାଙ୍କର ହେଉଛି ନାଟ୍ୟ ନିର୍ଦ୍ଦେଶନା ଦେବା । ତେବେ ଆଜି ଯାଏ ସେ ଦେଇ ସାରଲେଣି ୪୦୦ରୁ ଊର୍ଦ୍ଧ୍ଵ ନାଟକରେ ନିର୍ଦେଶନା ।

ଅନେକ ନାଟକରେ ଅଭିନୟ ଓ ନିର୍ଦେଶନା ଦେଇ ଅନେକ ସ୍ଥାନରେ ସମ୍ବର୍ଦ୍ଧିତ ବି ହୋଇଛନ୍ତି । ସେ ହେଉଛନ୍ତି କଟକ କନ୍ଦରପୁର ଅଞ୍ଚଳର ନାଟ୍ୟକାର ଅଶୋକ ପଟ୍ଟନାୟକ । ଯାହାଙ୍କ କଠିନ ପରିଶ୍ରମ ଓ ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ସବୁ ପ୍ରତିବନ୍ଧକ । ଅଶୋକଙ୍କ ମନୋବଳ ଅନ୍ୟକୁ ପ୍ରେରଣା ଯୋଗାଇବ ନିଶ୍ଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.