Below header

କୋଟିପତି ଜେଜେଙ୍କ ବଡ଼ ଉପହାର, ୪ ମାସର ନାତି ହେଲା ସର୍ବକନିଷ୍ଠ କୋଟିପତିି

ଫାଇଲିଂ ଅନୁଯାୟୀ ଏକାଗ୍ର ମୂର୍ତ୍ତୀ ଇନଫୋସିସ୍ ର ୧୫ ଲକ୍ଷ ସେୟାର ପାଇଛନ୍ତି, ଯାହାକି କମ୍ପାନୀର ୦.୦୪ ପ୍ରତିଶତ ସେୟାର ସହିତ ସମାନ । ୭୭ ବର୍ଷୀୟ ନାରାୟଣ ମୂର୍ତ୍ତୀ ଅଫ୍ ମାର୍କେଟ୍ ଟାନଜାକ୍ସନ ମାଧ୍ୟମରେ ଏହି ସେୟାରଗୁଡ଼ିକୁ ତାଙ୍କ ନାତିକୁ ଉପହାର ଦେଇଛନ୍ତି ।

ଇନଫୋସିସ୍ ପ୍ରତିଷ୍ଠାତା ଏନ.ଆର ନାରାୟଣ ମୂର୍ତ୍ତୀଙ୍କ ନାତି ଏକାଗ୍ର ରୋହନ ମୂର୍ତ୍ତୀ ବର୍ତ୍ତମାନ ଦେଶର ସର୍ବକନିଷ୍ଠ କୋଟିପତି ହୋଇଛନ୍ତି। ରେଗୁଲେଟରୀ ଫାଇଲିଂ ଅନୁଯାୟୀ ନାରାୟଣ ମୂର୍ତ୍ତୀ ତାଙ୍କର ଚାରି ମାସର ନାତିକୁ ଇନଫୋସିସ୍ ର ୨୪୦ କୋଟି ଟଙ୍କା ମୂଲ୍ୟର ସେୟାର ଦେଇଛନ୍ତି ।

ଫାଇଲିଂ ଅନୁଯାୟୀ ଏକାଗ୍ର ମୂର୍ତ୍ତୀ ଇନଫୋସିସ୍ ର ୧୫ ଲକ୍ଷ ସେୟାର ପାଇଛନ୍ତି, ଯାହାକି କମ୍ପାନୀର ୦.୦୪ ପ୍ରତିଶତ ସେୟାର ସହିତ ସମାନ । ୭୭ ବର୍ଷୀୟ ନାରାୟଣ ମୂର୍ତ୍ତୀ ଅଫ୍ ମାର୍କେଟ୍ ଟାନଜାକ୍ସନ ମାଧ୍ୟମରେ ଏହି ସେୟାରଗୁଡ଼ିକୁ ତାଙ୍କ ନାତିକୁ ଉପହାର ଦେଇଛନ୍ତି । ଇନଫୋସିସ୍ ପ୍ରତିଷ୍ଠାତା ଏନ୍.ଆର୍ ନାରାୟଣମୂର୍ତ୍ତି ସେ ତାଙ୍କର ଚାରି ମାସର ନାତି ଏକାଗ୍ର ରୋହନ ମୂର୍ତ୍ତୀକୁ ୨୪୦ କୋଟି ମୂଲ୍ୟର ସେୟାର ଉପହାର ଭାବେ ପ୍ରଦାନ କରିଛନ୍ତି । ଯାହାଦ୍ବାରା ନବଜାତ ଶିଶୁ ବର୍ତ୍ତମାନ ଭାରତର ସର୍ବକନିଷ୍ଠ କୋଟିପତି ହୋଇପାରିଛି । ନାତିକୁ ସେୟାର ଉପହାର ଦେବା ପରେ ଇନଫୋସିସରେ ନାରାୟଣମୂର୍ତ୍ତିଙ୍କ ଅଂଶଧନ ୦.୪୦ ପ୍ରତିଶତରୁ ୦.୩୬ ପ୍ରତିଶତକୁ ଖସି ଆସିଛି । ଏକ୍ସଚେଞ୍ଚ ଫାଇଲିଂ ଅନୁଯାୟୀ ଏକାଗ୍ର ରୋହନ ମୂର୍ତ୍ତି ଏବେଠାରୁ ଭାରତର ଦ୍ୱିତୀୟ ବୃହତ୍ତମ ସୂଚନା ପ୍ରଯୁକ୍ତିବିଦ୍ୟା- IT କମ୍ପାନୀରେ ୧୫ ଲକ୍ଷ ସେୟାରର ମାଲିକ। ଗତ ନଭେମ୍ବରରେ ନାରାୟଣ ମୂର୍ତ୍ତି ଏବଂ ସୁଧା ମୂର୍ତ୍ତି ଜେଜେବାପା ଜେଜେମା ହୋଇଥିଲେ। ଯେତେବେଳେ ସେମାନଙ୍କ ପୁଅ ରୋହନ ମୂର୍ତ୍ତି ଏବଂ ବୋହୂ ଅପର୍ଣ୍ଣା କୃଷ୍ଣନ୍ ଏକ ଶିଶୁପୁତ୍ରକୁ ସ୍ୱାଗତ କରିଥିଲେ।

କିଛି ଦିନ ପୂର୍ବେ ଆଇଟି କମ୍ପାନୀ ଇନଫୋସିସର ପ୍ରତିଷ୍ଠାତା ଏନ.ଆର ନାରାୟଣ ମୂର୍ତ୍ତୀ କହିଥିଲେ ଯେ ଯୁବକମାନେ ସପ୍ତାହରେ ୭୦ ଘଣ୍ଟା କାମ କରିବା ଉଚିତ। ସେ କହିଥିଲେ ଯେ ଯଦି ଦେଶକୁ ଆଗକୁ ବଢ଼ାଇବାର ଅଛି ତେବେ ଯୁବକମାନଙ୍କୁ ପ୍ରଡକ୍ଟିଭିଟି ଉପରେ ଗୁରୁତ୍ୱ ଦେବାକୁ ପଡିବ।

ଏନଆର ନାରାୟଣ ମୂର୍ତ୍ତୀ କିଏ ?
ଏନଆର ନାରାୟଣ ମୂର୍ତ୍ତୀ ହେଉଛନ୍ତି ଲୋକପ୍ରିୟ ଆଇଟି କମ୍ପାନୀ ଇନଫୋସିସର ପ୍ରତିଷ୍ଠାତା । ନାରାୟଣ ମୂର୍ତ୍ତୀ ତାଙ୍କ ସ୍କୁଲ୍‌ ପାଠପଢ଼ା ଶେଷ କରିବା ପରେ ୧୯୬୭ ମସିହାରେ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ, ମଇସୁରରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.