ଝାରପଡ଼ା ଜେଲରେ ଗୋଷ୍ଠୀ ସଂଘର୍ଷ, ଆହତ ହୋଇ ଜଣେ କଏଦୀ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର ଝାରପଡ଼ା ଜେଲରେ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣେ ଆହତ ହୋଇଛନ୍ତି । ଆହତ କଏଦୀଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କଏଦୀଙ୍କୁ ଅନ୍ୟ ଗୋଷ୍ଠୀର ୩ ଜଣ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି।

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ଝାରପଡ଼ା ଜେଲରେ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣେ ଆହତ ହୋଇଛନ୍ତି । ଆହତ କଏଦୀଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କଏଦୀଙ୍କୁ ଅନ୍ୟ ଗୋଷ୍ଠୀର ୩ ଜଣ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି।

ସୂଚନା ଅନୁସାରେ ଜେଲରେ ଗତକାଲି ରାତିରେ ହୋଇଥିବା ରକ୍ତାକ୍ତ ସଂଘର୍ଷର ମୁଖ୍ୟ ନାୟକ ହେଉଛି ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ ଓରଫ ଚକ୍ରଧର ବାରିକ। ତାକୁ ୨୨ ମେ ୨୦୨୨ରେ କମିଶନରେଟ ପୋଲିସ ଏନକାଉଣ୍ଟର କରିଥିଲା। ତା’ ନାଁରେ ଅନେକ ଅପରାଧିକ ମାମଲା ରହିଛି। ଏନ୍ କାଉଣ୍ଟର ପରେ ଜେଲରେ ସେ ପୁଣି ନିଜ ଗ୍ୟାଙ୍ଗ କରି ଅପରାଧ ଘଟାଉଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.