ଏବେ ହ୍ଵାଟସ୍‌ ଆପରେ ବି ଲୋକଙ୍କୁ କରିପାରିବେ ଟ୍ୟାଗ୍‌, ଖୁବଶୀଘ୍ର ଆସୁଛି ନୂଆ ଫିଚର

ହ୍ଵାଟସ୍ ଆପ୍ ଏକ ନୂଆ ଫିଚରକୁ ନେଇ ପରୀକ୍ଷା କରୁଛି। ଏହି ଫିଚର ଆସିବା ପରେ ଆପଣ ନିଜ ଷ୍ଟାଟସରେ ଯେକୌଣସି ଲୋକଙ୍କୁ ଟ୍ୟାଗ୍ କରିପାରିବେ । ଇନଷ୍ଟାଗ୍ରାମ ଏବଂ ଫେସବୁକରେ ଥିବା ଫିଚର ଭଳି ହ୍ଵାଟସ୍‌ ଆପ୍‌ ସମାନ ଭାବେ କାମ କରିବ ।

ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ଵାଟସ୍ ଆପ୍ ବର୍ତ୍ତମାନ ଏକ ଫିଚର ଉପରେ କାମ କରୁଛି, ଯାହାକୁ ଆପଣ ଦୀର୍ଘଦିନ ଧରି ଅପେକ୍ଷା କରିଥିଲେ । ଷ୍ଟାଟସ୍ ଫିଚର ପାଇଁ ହ୍ଵାଟସ୍ ଆପ୍ ଏକ ବଡ ଅପଡେଟ୍ ରିଲିଜ୍ କରିବାକୁ ଯାଉଛି, ଯାହା ପରେ କିଛି ଲୋକଙ୍କ ପାଇଁ ଏହି ଫିଚର ଏକ ସମସ୍ୟା ହୋଇଯିବ କିନ୍ତୁ ଅନ୍ୟମାନଙ୍କ ପାଇଁ ଏହା ବେଷ୍ଟ ହେବ ।

ହ୍ଵାଟସ୍ ଆପ୍ ଏକ ନୂଆ ଫିଚରକୁ ନେଇ ପରୀକ୍ଷା କରୁଛି। ଏହି ଫିଚର ଆସିବା ପରେ ଆପଣ ନିଜ ଷ୍ଟାଟସରେ ଯେକୌଣସି ଲୋକଙ୍କୁ ଟ୍ୟାଗ୍ କରିପାରିବେ । ଇନଷ୍ଟାଗ୍ରାମ ଏବଂ ଫେସବୁକରେ ଥିବା ଫିଚର ଭଳି ହ୍ଵାଟସ୍‌ ଆପ୍‌ ସମାନ ଭାବେ କାମ କରିବ । ଆପଣ ନିଜ ଷ୍ଟାଟସରେ ଟ୍ୟାଗ୍ କରୁଥିବା ବ୍ୟକ୍ତିଙ୍କୁ ଏକ ନୋଟିଫିକେସନ୍‌ ମିଳିବ ।

ଯେଉଁ ବ୍ୟକ୍ତିଙ୍କ ପାଇଁ ଆପଣ ଷ୍ଟାଟସ୍‌ ପୋଷ୍ଟ କରିବେ ସେ ଏହି ଷ୍ଟାଟସକୁ ନଦେଖି ରହି ପାରିବେନି । ହ୍ଵାଟସ୍ ଆପ୍ ଆଣ୍ଡ୍ରଏଡର ବିଟା ଭର୍ସନ 2.24.6.19 ରେ ନୂଆ ଫିଚରକୁ ନେଇ ପରୀକ୍ଷା କରାଯାଉଛି । ଯଦି ଆପଣ ବିଟା ୟୁଜର ହୋଇଥିବେ ତେବେ ଆପଣ ଏହି ଫିଚର ଦେଖିପାରିବେ ଏବଂ ବ୍ୟବହାର କରିପାରିବେ ।

ସୂଚନା ଥାଉ କି ପୂର୍ବରୁ କଣ୍ଟାକ୍ଟରେ ଥିବା ଲୋକମାନେ ହ୍ଵାଟସ୍‌ ଆପ୍ ପ୍ରୋଫାଇଲ୍‌ ଫଟୋର ସ୍କ୍ରିନସଟ୍ ସେଭ କରିପାରୁଥିଲେ, କିନ୍ତୁ ବର୍ତ୍ତମାନ ଏଭଳି କରିବା ଆଦୌ ସମ୍ଭବ ନୁହେଁ । ବର୍ତ୍ତମାନ କେହି କାହାର ପ୍ରୋଫାଇଲ୍ ଫଟୋର ସ୍କ୍ରିନସଟ୍ ନେବାକୁ ସକ୍ଷମ ହେବେ ନାହିଁ । ହ୍ୱାଟ୍ସଆପ୍ ଏହି ଫିଚରକୁ ଦୀର୍ଘ ସମୟ ଧରି ଟେଷ୍ଟ କରୁଥିଲା, ଯାହା ପରେ ଏହା ବର୍ତ୍ତମାନ ସମସ୍ତ ୟୁଜର୍ସମାନଙ୍କ ପାଇଁ ରୋଲ ଆଉଟ କରାଯାଉଛି । ଏହା ଧୀରେ ଧୀରେ ଫେଜ-ୱାଇଜ ଲୋକମାନଙ୍କ ନିକଟରେ ପହଞ୍ଚିବ । ଆପଣ ମଧ୍ୟ ଏହି ଫିଚର ବିଷୟରେ ଖୁବ ଶୀଘ୍ର ନୋଟିଫିକେସନ ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.