ଝିଅ ମୃତ୍ୟୁରେ ଉତ୍ତ୍ୟକ୍ତ ହୋଇ ଶାଶୁଘରେ ନିଆଁ ଲଗାଇଦେଲେ ବାପଘର ଲୋକ, ୨ ମୃତ

ଝିଅ ମୃତ୍ୟୁରେ ଶାଶୁଘରେ ନିଆଁ ଲଗାଇଦେଲେ ବାପଘର ଲୋକ । ନିଆଁ ଲାଗିବା ଯୋଗୁଁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଉତ୍ତରପ୍ରଦେଶ ପ୍ରୟାଗରାଜରେ ଏଭଳି ଘଟଣା ଘଟିଛି ।

ଶାଶୁଘରେ ଝିଅ ମରିଥିବା ଜାଣିବା ପରେ ବାପଘର ଲୋକ ଘଟାଇଲେ ଜଘନ୍ୟ କାଣ୍ଡ । ଉତ୍ତ୍ୟକ୍ତ ହୋଇ ଝିଅର ଶାଶୁଘରେ ନିଆଁ ଲଗାଇଦେଲେ ବାପଘର ଲୋକ । ନିଆଁ ଲାଗିବା ଯୋଗୁଁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଉତ୍ତରପ୍ରଦେଶ ପ୍ରୟାଗରାଜରେ ଏଭଳି ଘଟଣା ଘଟିଛି ।

ଖବର ମୁତାବକ, ଧୁମନଗଂଜ ଝଲବାରେ ରହୁଥିବା ଅଂଶିକା କେଶରୱାନୀ ୨୦୨୩ ଫେବୃଆରୀରେ ମୁଠିଗଞ୍ଜର ଅଂଶୁବିବାହ କରିଥିଲେ । ହେଲେ ଗତକାଲି ଅଂଶିକା ମୃତ୍ୟୁ ନିଜ ରୁମରେ ହୋଇଥିବା ଶାଶୁଘର ଲୋକେ ଦେଖିବାକୁ ପାଇଥିଲେ । ଅଂଶିକାଙ୍କ ଘର ଲୋକ ଏହା ଜାଣିବା ପରେ ଶାଶୁଘର ଲୋକ ଯୌତୁକ ନିର୍ଯାତନାର ଅଭିଯୋଗ ଆଣିଥିଲେ । ଅଂଶିକାଙ୍କ ମୃତ୍ୟୁପାଇଁ ଶାଶୁଘର ଲୋକ ଦାୟୀ ବୋଲି ଅଭିଯୋଗ କରିଥିଲେ ବାପଘର ଲୋକେ ।  ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଯୁକ୍ତିତର୍କ ଏତେ ବଢିଯାଇଥିଲା ଯେ, ବାପଘର ଲୋକେ ଉତ୍ତ୍ୟକ୍ତ ହୋଇ ଶାଶୁଘରେ ନିଆଁ ଲଗାଇ ଦେଇଥିଲେ । ଏଥିରେ ଶାଶୁ ଓ ଶ୍ୱଶୁର ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି ।

ପ୍ରୟାଗରାଜ ଡେପୁଟି ପୋଲିସକମିଶନର ଦୀପକ ଭୁକେର କହିଛନ୍ତି ଯେ, ଗତକାଲି ରାତି ୧୧ଟାରେ ଜଣେ ମହିଳା ଜୀବନ ହାରିଥିବା ନେଇ ସେମାନେ ଖବର ପାଇଥିଲେ । ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଦୁଇ ପରିବାର ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଚାଲିଥିଲା । ଏହାପରେ ମୃତ ମହିଳାଙ୍କ ବାପଘର ଲୋକ ଶାଶୁଘରେ ନିଆଁ ଲଗାଇ ଦେଇଥିଲେ । ତୁରନ୍ତ ପାଞ୍ଚ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ରାତି ପ୍ରାୟ ତିନିଟା ସମୟରେ ନିଆଁକୁ ଆୟତ୍ତ କରିଥିଲା । ଏହାପରେ ଘର ଭିତରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଏହି ମାମଲାରେ ପୋଲିସ ଯାଞ୍ଚ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.