‘ରାମଦେବ ଓ ଆଚାର୍ଯ୍ୟ ବାଲକୃଷ୍ଣ କୋର୍ଟରେ ହାଜର ହୁଅ…’ ପତଞ୍ଜଳି ବିଜ୍ଞାପନ ମାମଲାରେ ସୁପ୍ରିମ୍‌କୋର୍ଟଙ୍କ କଡ଼ା ଆଦେଶ

ଆୟୁର୍ବେଦିକ କମ୍ପାନୀ ‘ପତଞ୍ଜଳି ଆୟୁର୍ବେଦ’ର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟ ବାବା ରାମଦେବଙ୍କୁ ଅବମାନନା ନୋଟିସ ଜାରି କରିଛନ୍ତି ।

ଆୟୁର୍ବେଦିକ କମ୍ପାନୀ ‘ପତଞ୍ଜଳି ଆୟୁର୍ବେଦ’ର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟ ବାବା ରାମଦେବଙ୍କୁ ଅବମାନନା ନୋଟିସ ଜାରି କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ କୋର୍ଟରେ ହାଜର ହେବାକୁ କହିଛନ୍ତି ।

ଶୁଣାଣି ସମୟରେ କୋର୍ଟ ରାମଦେବଙ୍କ ଓକିଲଙ୍କୁ ପଚାରିଥିଲେ କି, ଆପଣ ଏ ପର୍ଯ୍ୟନ୍ତ କାହିଁକି ଉତ୍ତର ଦାଖଲ କରିନାହାନ୍ତି ? ଉଭୟ ରାମଦେବ ଏବଂ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିବ । କୋର୍ଟ କହିଛନ୍ତି, ପ୍ରଥମ ଦୃଷ୍ଟିରେ ଉଭୟ ଆଇନ ଉଲ୍ଲଂଘନ କରିଛନ୍ତି । ଏହି ମାମଲାରେ ବର୍ତ୍ତମାନ ପରବର୍ତ୍ତୀ ଶୁଣାଣି ୨ ସପ୍ତାହ ପରେ ହେବ ।

କୋର୍ଟ କହିଛନ୍ତି ଯେ ଆମେ ମାମଲାର ଶୁଣାଣି ସ୍ଥଗିତ ରଖିବାକୁ ଯାଉନାହୁଁ । କୋର୍ଟ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟକୁ ମଧ୍ୟ ତାଗିଦ କରି ପଚାରିଥିଲେ କି, ଗୋଟିଏ ଦିନ ପୂର୍ବରୁ କାହିଁକି ଉତ୍ତର ଦାଖଲ କରାଯାଇଛି ? ଏହା ଉପରେ କେନ୍ଦ୍ର କୋର୍ଟଙ୍କୁ କହିଛନ୍ତି, ସେମାନଙ୍କୁ ଉଚିତ୍‌ ଜବାବ ଦେବା ପାଇଁ ଆହୁରି ଅଧିକ ସମୟ ଦରକାର ।

ସୁପ୍ରିମକୋର୍ଟ କହିଛନ୍ତି, ପତଞ୍ଜଳିର ପରିଚାଳନା ନିର୍ଦ୍ଦେଶକଙ୍କୁ ପରବର୍ତ୍ତୀ ଶୁଣାଣିରେ କୋର୍ଟରେ ହାଜର ହେବାକୁ ପଡ଼ିବ । କହି ରଖୁଛୁ ଯେ ଏହା ପୂର୍ବରୁ ସୁପ୍ରିମକୋର୍ଟ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ପତଞ୍ଜଳି ଆୟୁର୍ବେଦକୁ ଅବମାନନା ନୋଟିସ ଜାରି କରିଥିଲେ । ପତଞ୍ଜଳି ଆୟର୍ବେଦ ବ୍ୟତୀତ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ମଧ୍ୟ ନୋଟିସ୍‌ ଦିଆଯାଇଥିଲା, ଯେଉଁଥିରେ ୩ ସପ୍ତାହ ଭିତରେ ଜବାବ ଦାଖଲ କରିବାକୁ କୁହାଯାଇଥିଲା । କିନ୍ତୁ ଉତ୍ତର ମିଳି ନ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.