Below header

ଦିଲ୍ଲୀ ମଦ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ପୁଣି ଝଟ୍‌କା, ଏପ୍ରିଲ ୬ ପର୍ଯ୍ୟନ୍ତ ବଢ଼ିଲା ଜେଲ୍‌ ଅବଧି

ଆପ୍‌ ନେତା ମନୀଷ ସିସୋଦିଆଙ୍କୁ ପୁଣି ଝଟ୍‌କା । ସିସୋଦିଆଙ୍କ ନ୍ୟାୟିକ ହେପାଜତ ଏପ୍ରିଲ ୬ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ।

ଆପ୍‌ ନେତା ମନୀଷ ସିସୋଦିଆଙ୍କୁ ପୁଣି ଝଟ୍‌କା । ସିସୋଦିଆଙ୍କ ନ୍ୟାୟିକ ହେପାଜତ ଏପ୍ରିଲ ୬ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଅର୍ଥାତ୍‌ ବର୍ତ୍ତମାନ ସେ ଜେଲ୍‌ରେ ଆଉ କିଛି ଦିନ ରହିବେ । ରାଉସ୍‌ ଆଭେନ୍ୟୁ କୋର୍ଟ ମଙ୍ଗଳବାର ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଶୁଣାଣି କରି ସିସୋଦିଆଙ୍କ ଜେଲ୍‌ ଅବଧିକୁ ଏପ୍ରିଲ ୬କୁ ବଢ଼ାଇଛନ୍ତି ।

ଗତ ବର୍ଷରୁ ମନୀଷ ସିସୋଦିଆ ଜେଲ୍‌ରେ ଅଛନ୍ତି । ଏହା ପୂର୍ବରୁ ମାର୍ଚ୍ଚ ୭ରେ କୋର୍ଟ ସିସୋଦିଆଙ୍କ ମାମଲାରେ ଶୁଣାଣି କରି ତାଙ୍କ ନ୍ୟାୟିକ ହେପାଜତକୁ ମାର୍ଚ୍ଚ ୧୯ ପର୍ଯ୍ୟନ୍ତ ବଢ଼ାଇଥିଲେ । ଆଜି ମଧ୍ୟ ସିସୋଦିଆଙ୍କ ଓକିଲ ବହୁ ଯୁକ୍ତି ଦେଇଥିଲେ, କିନ୍ତୁ କୋର୍ଟ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ଜେଲ୍‌ ଅବଧିକୁ ବଢ଼ାଇ ଦେଇଛନ୍ତି ।

ଏହି ଦୁଇଟି ଶୁଣାଣି ପୂର୍ବରୁ କୋର୍ଟ ମାର୍ଚ୍ଚ ୨ରେ ମଧ୍ୟ ତାଙ୍କୁ ଆଶ୍ୱସ୍ତି ଦେବାକୁ ମନା କରି ଦେଇଥିଲେ ଏବଂ ମାର୍ଚ୍ଚ ୭ ପର୍ଯ୍ୟନ୍ତ ହେପାଜତ ବୃଦ୍ଧି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.