ସାଉଥ ଅଭିନେତ୍ରୀ ଅରୁନ୍ଧତୀ ନାୟର ଦୁର୍ଘଟଣାରେ ଗୁରୁତର, ଭେଣ୍ଟିଲେଟରରେ ଜୀବନମରଣ ସହିତ କରୁଛନ୍ତି ସଂଘର୍ଷ

ତାମିଲ ଏବଂ ମାଲାୟଲମ ଅଭିନେତ୍ରୀ ଅରୁନ୍ଧତୀ ନାୟର ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ସେ ଗୁରୁତର ଭାବେ ହସପିଟାଲରେ ଭେଣ୍ଟିଲେଟରରେ ରହିଛନ୍ତି । ସେ ଭେଣ୍ଟିଲେଟରରେ ଜୀବନ ଓ ମରଣ ସହିତ ଲଢୁଛନ୍ତି ।

ତାମିଲ ଏବଂ ମାଲାୟଲମ ଅଭିନେତ୍ରୀ ଅରୁନ୍ଧତୀ ନାୟର ଦୁର୍ଘଟଣାର ଶିକାର ହୋଇଛନ୍ତି । ଅରୁନ୍ଧତୀ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ତେଣୁ ତାଙ୍କୁ ତିରୁଅନନ୍ତପୁରମର ଅନନ୍ତପୁରୀ ହସପିଟାଲରେ ଭେଣ୍ଟିଲେଟରରେ ରହିଛନ୍ତି । ଅଭିନେତ୍ରୀଙ୍କ ଫ୍ୟାନ୍ସ ତାଙ୍କ ଶୀଘ୍ର ସୁସ୍ଥ କାମନା କରିଛନ୍ତି ।

ଅରୁନ୍ଧତୀଙ୍କ ଭଉଣୀ ଅରାଥୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ବୟାନ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ମୋ ଭଉଣୀ ଅରୁନ୍ଧତୀ ନାୟରଙ୍କ ୩ ଦିନ ପୂର୍ବରୁ ଦୁର୍ଘଟଣା ହୋଇଛି । ସେ ଗୁରୁତର ଭାବେ ହସପିଟାଲରେ ଭେଣ୍ଟିଲେଟରରେ ରହିଛନ୍ତି । ସେ ଭେଣ୍ଟିଲେଟରରେ ଜୀବନ ଓ ମରଣ ସହିତ ଲଢୁଛନ୍ତି ।

 

View this post on Instagram

 

A post shared by Arathy Nair (@aaraty.nairr)

ତେବେ ଅଭିନେତ୍ରୀଙ୍କ ଗାଡି କୋଓଲମ ବାଇପାସ୍‌ ନିକଟରେ ଦୁର୍ଘଟଣା ହୋଇଥିଲା । ତାଙ୍କ ମୁଣ୍ଡରେ ଆଘାତ ଲାଗିଛି । ଅରୁନ୍ଧତୀ ଭାଇ ସହିତ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏକ ୟୁଟ୍ୟୁବ ଚ୍ୟାନେଲରେ ଇଣ୍ଟରଭ୍ୟୁ ଦେଇ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ।

ସୂଚନାଯୋଗ୍ୟ, ଅରୁନ୍ଧତୀ ୨୦୧୪ରେ ତାମିଲ ଫିଲ୍ମରେ ଡେବ୍ୟୁ କରିଥିଲେ । ତାଙ୍କୁ ଶେଷ ଥର ପାଇଁ ୨୦୨୩ରେ ତାମିଲ ଫିଲ୍ମ ‘ଆୟିରମ ପୋରକାସୁକଲ’ରେ ଦେଖିବାକୁ ମିଳିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.