ଡ୍ରେସିଂ ରୁମରେ ସ୍ମୋକିଂ କଲେ ଇମାଦ ଓ୍ଵାମିସ, ଗାଳି କରୁଛନ୍ତି ଫ୍ୟାନ୍ସ: ଦେଖନ୍ତୁ ଭିଡିଓ

ଫାଇନାଲ ମ୍ୟାଚରେ ମୁଲତାନ ସୁଲତାନ୍ସ ଟିମ୍‌ ୧୭ ଓଭରରେ ୧୨୭ ରନ୍‌ କରି ୯ ଓ୍ଵିକେଟ ହରାଇଥିଲା । ଏହି ସମୟରେ ଇମାଦ ଡ୍ରେସିଂ ରୁମରେ ବସିଥିଲେ । ଏହି ସମୟରେ କ୍ୟାମେରା ତାଙ୍କ ଆଡକୁ ଯାଇଥିଲା, ସେତେବେଳେ ଇମାଦ ସ୍ମୋକିଂ କରୁଥିଲେ । ଇମାଦଙ୍କ ଏଭଳି ହରକତ ପରେ ଫ୍ୟାନ୍ସଙ୍କ ରାଗ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

ପାକିସ୍ତାନ ସୁପର ଲିଗ୍‌ ୨୦୨୪ ସିଜନର ଫାଇନାଲ କରାଚୀରେ ଖେଳାଯାଇଥିଲା । ଏହି ମ୍ୟାଚରେ ଇସଲାମବାଦ ୟୁନାଇଟେଡ ଟିମ୍‌ ଜିତି ତୃତୀୟ ଥର ପାଇଁ ଟାଇଟଳ ନିଜ ନାମରେ କରିଛି । ଏହି ମ୍ୟାଚ ସମୟରେ ଇମାଦ ଓ୍ଵାସିମ ଅଲରାଉଣ୍ଡର ଭାବେ ଖେଳିଥିଲେ । କିନ୍ତୁ ତାଙ୍କର ଏକମାତ୍ର ହରକତ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ପାଇଁ ଲଜ୍ୟାଜନକ ସ୍ଥିତି ସୃଷ୍ଟି କରିଥିଲା । ଫାଇନାଲ ମ୍ୟାଚରେ ଇମାଦଙ୍କ ଡ୍ରେସିଂ ରୁମରୁ ଏକ ଭିଡିଓ ଭାଇରଲ ହେଉଛି । ଯେଉଁଥିରେ ସେ ସ୍ମୋକିଂ କରୁଥିବାର ନଜର ଆସିଛନ୍ତି । ଇମାଦଙ୍କ ଏଭଳି ହରକତ ପରେ ଫ୍ୟାନ୍ସଙ୍କ ରାଗ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

ଫାଇନାଲ ମ୍ୟାଚରେ ମୁଲତାନ ସୁଲତାନ୍ସ ଟିମ୍‌ ୧୭ ଓଭରରେ ୧୨୭ ରନ୍‌ କରି ୯ ଓ୍ଵିକେଟ ହରାଇଥିଲା । ଏହି ସମୟରେ ଇମାଦ ଡ୍ରେସିଂ ରୁମରେ ବସିଥିଲେ । ଏହି ସମୟରେ କ୍ୟାମେରା ତାଙ୍କ ଆଡକୁ ଯାଇଥିଲା, ସେତେବେଳେ ଇମାଦ ସ୍ମୋକିଂ କରୁଥିଲେ । ଏହି ମ୍ୟାଚରେ ଇମାଦ ଭଲ ପ୍ରଦର୍ଶନ କରିଥିଲେ । ସେ ୪ ଓଭରରେ କେବଳ ୨୩ ରନ୍‌ କରିଥିବା ବେଳେ ୫ ଓ୍ଵିକେଟ ନେଇଥିଲେ । ଏହା ତାଙ୍କ କ୍ୟାରିଅରର ଶ୍ରେଷ୍ଠ ପ୍ରଦର୍ଶନ ବୋଲି ଜଣାପଡିଛି । ଏହି ଟାର୍ଗେଟକୁ ପିଛା କରି ଇମାଦ ୧୭ ବଲରେ ୧୯ ରନ୍‌ କରି ଅପରାଜିତ ଭାବେ ଖେଳିଥିଲେ । ହେଲେ ଡ୍ରେସିଂ ରୁମରେ ବସି ସ୍ମୋକିଂ କରିବା ଯୋଗୁଁ ସବୁକିଛି ଫିକା ପଡିଯାଇଥିଲା । ଫ୍ୟାନ୍ସ ତାଙ୍କ ଭିଡିଓ ଦେଖି ରାଗୁଛନ୍ତି ।

ଇମାଦ ଓ୍ଵାସିମ ୨୦୨୩ ନଭେମ୍ବରରେ ହଠାତ୍‌ ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଏହାପରେ ଦୀର୍ଘ ଦିନ ଧରି ପାକିସ୍ତାନ ଟିମରେ ଖେଳୁ ନ ଥିଲେ । ସେ ପାକିସ୍ତାନ କ୍ରିକେଟ ଟିମ ପାଇଁ ୫୫ଟି ଦିନିକିଆ ଏବଂ ୬୬ଟି୨୦ ମ୍ୟାଚ ଖେଳିଛନ୍ତି । ସେ ଦିନିକିଆରେ ୪୨.୭୮% ରେ ୯୮୬ ରନ୍‌ କରି ୪୪ ଓ୍ଵିକେଟ ନେଇଛନ୍ତି । ସେହିପରି ଟି୨୦ରେ ୪୮୬ ରନ୍‌ ସହିତ ୬୫ ଓ୍ଵିକେଟ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.