Below header

ପରୀକ୍ଷା ପାଇଁ ଯିବାବେଳେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କ ମୃତ୍ୟୁ

ପାପଡାହାଣ୍ଡି ମୃଗ ବିହାର ନିକଟରେ ଅଜଣା ଗାଡି ଧକ୍କାରେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ନବରଙ୍ଗପୁରର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ଜି. ଈଶ୍ୱର ରାଓ ବୋଲି ଜଣାପଡ଼ିଛି।

ନବରଙ୍ଗପୁର (କେନ୍ୟୁଜ): ପାପଡାହାଣ୍ଡି ମୃଗ ବିହାର ନିକଟରେ ଅଜଣା ଗାଡି ଧକ୍କାରେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ନବରଙ୍ଗପୁରର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ଜି. ଈଶ୍ୱର ରାଓ ବୋଲି ଜଣାପଡ଼ିଛି।

ସୂଚନା ଯୋଗ୍ୟ ନବରଙ୍ଗପୁର ସହରର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ଜି ଈଶ୍ୱର ରାଓ ଓ ଆକାଶ ଷଡ଼ଙ୍ଗୀ ଯୁକ୍ତ ଦୁଇ ପରୀକ୍ଷା ଦେବା ପାଇଁ ଏକ ସ୍କୁଟି (ଓଡି୨୪ଜେ ୩୧୦୯) ଯୋଗେ ପାପଡ଼ାହାଣ୍ଡି ଆଦର୍ଶ ବିଦ୍ୟାଳୟକୁ ଯାଉଥିଲେ। ଏହି ସମୟରେ ମୃଗ ବିହାର ନିକଟରେ ଏକ ଅଜଣା ଗାଡ଼ି ସ୍କୁଟିକୁ ଧକ୍କା ଦେଇ ଚାଲିଯାଇଥିଲା। ଯାହା ଫଳରେ ଈଶ୍ୱର ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିବା ବେଳେ ଆକାଶ ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପାପଡ଼ାହାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.