ରିଲ୍ସ କରନ୍ତୁ ମନାନାହିଁ, ହେଲେ ଶୁଖିଲାଟାରେ ବିପଦକୁ ଆମନ୍ତ୍ରଣ କରନ୍ତୁନାହିଁ

ଏବେ ବାୟା କଲା ରିଲ୍ସ ନିଶା । ରିଲ୍ସ ପାଇଁ ଏବେ ଯୁବପୀଢ଼ି ମାନୁନାହାଁନ୍ତି ବନ୍ଧ ବାଡ ନିୟମ କାନୁନ । ସୋସିଆଲ ମିଡିଆରେ ଆଜିକାଲି ରିଲ୍ସର କ୍ରେଜ କାହିଁରେ କେତେ । ଯୁବବର୍ଗ ବି ଦିନରାତି ଏଥିରେ ମାତୁଛନ୍ତି । ନା ସ୍ଥାନ ଦେଖୁଛନ୍ତି ନା ଦେଖୁଛନ୍ତି ସମୟ । ଫଳରେ ଶୁଖିଲାଟାରେ ବିପଦକୁ ଆମନ୍ତ୍ରଣ କରୁଛନ୍ତି ।

ସୋର (କେନ୍ୟୁଜ): ଜୀବନ କଣ ଏତେ ଶସ୍ତା । କେଇ ମିନିଟର ଖୁସି ପାଇଁ ଆମେ ନିଜର ମୂଲ୍ୟବାନ ଜୀବନକୁ ବି ବାଜି ଲଗାଇବାକୁ ପଛାଉନାହୁଁ। ଟିକେ ବି ଚିନ୍ତା କରୁନାହୁଁ ଆମ ପଛରେ ଆମ ପରିବାର ଅଛି । ଯଦି କଣ ହୁଏ ତେବେ ସେମାନଙ୍କ ଉପରେ କଣ ବିତିବ । ତେବେ ଆଜିକାଲି ସବୁଠି, ସମସ୍ତଙ୍କୁ ଘାରିଛି ରିଲ୍ସ ନିଶା । ସୋସିଆଲ ମିଡିଆରେ ଲାଇକ ଏବଂ ଫଲୋର୍ସ ପାଇଁ ଲୋକେ ପାଗଳ ଭଳି ହେଉଛନ୍ତି । ଖାସ୍ କରି ଏହି ଲୋଭରେ କିଛି ଯୁବପୀଢି ବହୁମୂଲ୍ୟ ଜୀବନ ବି ବାଜି ଲଗାଇ ଦେଉଛନ୍ତି । ଆଉ କିଛି ଅକାଳରେ ଜୀବନ ବି ହାରୁଛନ୍ତି ।

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଷ୍ଟେସନରେ । ଯାତ୍ରାପାର୍ଟିର ଡ୍ୟାନ୍ସର ଭାବେ କାମ କରୁଥିବା ଜଣେ ଯୁବକଙ୍କୁ ଟ୍ରେନ ସମ୍ମୁଖରେ ରିଲ୍ସ କରିବା ପଡିଲା ମହଙ୍ଗା । ରିଲ୍ସ କରୁଥିବା ବେଳେ ଟ୍ରେନ ଦୁର୍ଘଟଣାରେ ଗଲା ଜୀବନ । ସବିରା ଷ୍ଟେସନ ଠାରୁ ୨ ଶହ ଶହ ମିଟର ଦୂରରେ ଏଭଳି ଦୁଃଖଦ ଘଟଣା ଘଟଣା ଏବେ ସବୁଠି ଚର୍ଚ୍ଚା । ସୂଚନା ମୁତାବକ, ନିକଟସ୍ଥ ଗ୍ରାମରେ ଯୁବକମାନଙ୍କର ଦ୍ୱାରା ଆୟୋଜିତ ନାଟକରେ ଭାଗ ନେବାକୁ ଭଦ୍ରକ ବାଣିତିଆ ଗ୍ରାମର ୩୦ ବର୍ଷି ଅକ୍ଷୟ ପାତ୍ର ଗତ କିଛିଦିନ ହେଲା ସେହି ଗ୍ରାମରେ ରହୁଥିଲେ ।

ଗତକାଲି ଅପରାହ୍ନରେ ଅକ୍ଷୟଙ୍କ ସହିତ ୪ରୁ ୫ ଯୁବକ ମିଶି ରିଲ୍ସ ସୁଟିଂ ପାଇଁ ସବିରା ଷ୍ଟେସନକୁ ଆସିଥିଲେ । ତେବେ ସବିରା ଷ୍ଟେସନରୁ ୨ଶହ ମିଟର ଦୂରରେ ବାଲେଶ୍ଵର ଭଦ୍ରକ ଅପ ଲାଇନରେ ଅକ୍ଷୟ ଏକ ଚଳନ୍ତା ଟ୍ରେନ ସମ୍ମୁଖରେ ରିଲ୍ସ ସୁଟିଂ କରୁଥିଲେ । ଏହି ସମୟରେ ପଛରୁ ଦୃତଗତୀରେ ଏକ ଯାତ୍ରୀବାହୀ ଟ୍ରେନ ଆସି ଅକ୍ଷୟକୁ ଧକ୍କା ଦେଇଥିଲା ।

ଯାହାଫଳରେ ଘଟଣାସ୍ଥଳରେ ହିଁ ଅକ୍ଷୟ ମୃତ୍ୟୁ ବରଣ କରିଥିଲେ । ତେବେ ଏହି ଘଟଣାପରେ ସେଠାରେ ଉପସ୍ଥିତଥିବା ଅକ୍ଷୟଙ୍କ ସାଙ୍ଗମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଖବର ପାଇ ଆରପିଏଫ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିବା ଜଣାପଡିଛି ।ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ତେବେ ସତ କଥା ହେଲା କି, ଏବେ ବାୟା କଲା ରିଲ୍ସ ନିଶା । ରିଲ୍ସ ପାଇଁ ଏବେ ଯୁବପୀଢ଼ି ମାନୁନାହାଁନ୍ତି ବନ୍ଧ ବାଡ ନିୟମ କାନୁନ । ସୋସିଆଲ ମିଡିଆରେ ଆଜିକାଲି ରିଲ୍ସର କ୍ରେଜ କାହିଁରେ କେତେ । ଯୁବବର୍ଗ ବି ଦିନରାତି ଏଥିରେ ମାତୁଛନ୍ତି । ନା ସ୍ଥାନ ଦେଖୁଛନ୍ତି ନା ଦେଖୁଛନ୍ତି ସମୟ । ଫଳରେ ଶୁଖିଲାଟାରେ ବିପଦକୁ ଆମନ୍ତ୍ରଣ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.