ଟାଟୁ କଲେ ହୋଇପାରେ କ୍ୟାନ୍‌ସର, ଜାଣନ୍ତୁ ଏହାର ଅନ୍ୟ ସାଇଡ୍‌ ଇଫେକ୍ଟ

ଆଜିକାଲି ଯୁବ ପିଢ଼ିଙ୍କ ମଧ୍ୟରେ ଟାଟୁକୁ ନେଇ ବହୁତ କ୍ରେଜ୍‌ ରହିଛି। କିନ୍ତୁ ଟାଟୁ ଶରୀରକୁ ରଙ୍ଗୀନ କରୁଥିବା ବେଳେ ଏହାର ଅନେକ ସାଇଡ୍‌ ଇଫେକ୍ଟ ମଧ୍ୟ ରହିଛି। ଖାସ୍‌ କରି ଚର୍ମରେ କାଳି ପୂରାଇବା ଦ୍ୱାରା ସେହି ସ୍ଥାନ ଇନ୍‌ଫେକସନ୍‌ ହେବାର ଆଶଙ୍କା ବଢ଼ିଯାଇଥାଏ। ତେବେ ଯାହାର ସେନ୍‌ସେଟିଭ୍‌ ସ୍କିନ୍‌ ତା’ କ୍ଷେତ୍ରରେ ଏହି ଅସୁବିଧା ଅଧିକ ବଢ଼ିଯାଏ।

ଆଜିକାଲି ଯୁବ ପିଢ଼ିଙ୍କ ମଧ୍ୟରେ ଟାଟୁକୁ ନେଇ ବହୁତ କ୍ରେଜ୍‌ ରହିଛି। ଉଭୟ ପୁଅ ଓ ଝିଅ ଶରୀରର ବିଭିନ୍ନ ଅଙ୍ଗରେ ରଙ୍ଗ ବେରଙ୍ଗର ଟାଟୁ କରିବାକୁ ଅଧିକ ପସନ୍ଦ କରୁଛନ୍ତି। କିନ୍ତୁ ଟାଟୁ ଶରୀରକୁ ରଙ୍ଗୀନ କରୁଥିବା ବେଳେ ଏହାର ଅନେକ ସାଇଡ୍‌ ଇଫେକ୍ଟ ମଧ୍ୟ ରହିଛି। ଖାସ୍‌ କରି ଚର୍ମରେ କାଳି ପୂରାଇବା ଦ୍ୱାରା ସେହି ସ୍ଥାନ ଇନ୍‌ଫେକସନ୍‌ ହେବାର ଆଶଙ୍କା ବଢ଼ିଯାଇଥାଏ। ତେବେ ଯାହାର ସେନ୍‌ସେଟିଭ୍‌ ସ୍କିନ୍‌ ତା’ କ୍ଷେତ୍ରରେ ଏହି ଅସୁବିଧା ଅଧିକ ବଢ଼ିଯାଏ। ଆଜି ଆସନ୍ତୁ ଜାଣିବା ଟାଟୁ କରିବା ଦ୍ୱାରା ଦେଖାଯାଉଥିବା ସମସ୍ୟା ବିଷୟରେ…

-ଟାଟୁ ତିଆରିରେ ବ୍ୟବହାର କରାଯାଉଥିବା କାଳି ଆଦୌ ସୁରକ୍ଷିତ ନୁହେଁ ବୋଲି ଏକ୍ସପର୍ଟ ମତ ଦିଅନ୍ତି। ଟାଟୁ ତିଆରି କରୁଥିବା ୫ ପ୍ରତିଶତ ଲୋକ ବ୍ୟାକ୍ଟେରିଆଲ୍‌ ଇନ୍‌ଫେକସନ୍‌ର ଶିକାର ହୋଇଥାନ୍ତି। ଏଥିସହ କିଛି ଲୋକଙ୍କର ଟାଟୁ ଇଙ୍କ୍‌ ପାଇଁ ବି ଆଲର୍ଜି ହୋଇଥାଏ।

-ଟାଟୁ ଦ୍ୱାରା ଅନେକ ତ୍ୱଚା ସମ୍ବନ୍ଧୀୟ ସମସ୍ୟ ଦେଖାଯାଇଥାଏ। ସେଥିରୁ ଗୋଟିଏ ହେଉଛି ସୋରିଆସିସ୍‌। ଏହି ଆଲର୍ଜି ବହୁତ ଗମ୍ଭୀର ହେବା ସହ ସହଜରେ ଭଲ ବି ହୋଇନଥାଏ। ଏହା ଶରୀରର ଗୋଟିଏ ଜାଗାରୁ ପୂରା ଶରୀରରେ ବ୍ୟାପିଯାଇପାରେ।

– ତ୍ୱଚା ସହ ଟାଟୁ ମାଂସପେଶୀ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ। ଛୁଞ୍ଚି ଶରୀରରେ ପଶିବା ପରେ ତ୍ୱଚା ସମେତ ମାଂସପେଶୀରେ ବି ଛିଦ୍ର କରିଥାଏ। ଏଣୁ ଶରୀରରେ ଟାଟୁ ନ କରିବା ଭଲ।

– ଟାଟୁ କରିବା ଦ୍ୱାରା ତ୍ୱଚାରେ କ୍ୟାନ୍‌ସର ହେବାର ଆଶଙ୍କା ବଢ଼ିଯାଏ। କାରଣ ଟାଟୁ ଇଙ୍କ୍‌ରେ କ୍ୟାନ୍‌ସର ହେଉଥିବା ତତ୍ତ୍ୱ ଥିବା ନେଇ ଏକ ରିସର୍ଚ୍ଚରେ ଜଣାପଡ଼ିଛି।

– ଟାଟୁ କରିବା ବେଳେ ଇଞ୍ଜେକ୍‌ସନ୍‌ କାଳି ପ୍ରବେଶ କରୁଥିବାରୁ ଏହା ରକ୍ତକୁ ସଂକ୍ରମିତ କରିବାର ଆଶଙ୍କା ରହିଛି। ଆଉ ଥରେ ବ୍ଲଡ୍‌ ଇନ୍‌ଫେକସନ୍‌ ହେଲେ ସେଥିରୁ ସୁସ୍ଥ ହେବା କାଠିକର ପାଠ ହୋଇଥାଏ। ଏଥିପ୍ରତି ନିହାତି ଧ୍ୟାନ ରଖିବେ।

– ଏକ୍ସପର୍ଟଙ୍କ ମତରେ ଶରୀରର ଯେଉଁସ୍ଥାନରେ କଳାଜାଇ ରହିଛି, ସେଠାରେ ଆଦୌ ଟାଟୁ କରନ୍ତୁ ନାହିଁ। କାରଣ ଏହି ସ୍ଥାନ ଶରୀରର ଅନ୍ୟ ଜାଗା ତୁଳନାରେ ଅପେକ୍ଷାକୃତ ନରମ। ଏଣୁ କଳାଜାଇ ଥିବା ସ୍ଥାନରେ ଟାଟୁ କରିବାକୁ ଏକ୍ସପର୍ଟ ବାରଣ କରିଛନ୍ତି।

-ଟାଟୁ କରିବା ପୂର୍ବରୁ ହେପାଟାଇଟିସ୍‌ ବି ଟିକା ନିଶ୍ଚୟ ନିଅନ୍ତୁ। ସବୁବେଳେ ସ୍ପେଶାଲିଷ୍ଟଙ୍କ ପାଖରେ ହିଁ ଟାଟୁ ବନାନ୍ତୁ। ଟାଟୁ କରି ସାରିବା ପରେ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦିଅନ୍ତୁ। ଏଥିସହ ଶୁଖିବା ପର୍ଯ୍ୟନ୍ତ ଆଣ୍ଟିବାୟୋଟିକ୍‌ କ୍ରିମ୍‌ ଲଗାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.